ପୁରୀ: ଶ୍ରୀମନ୍ଦିରରେ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ ହୋଇଛି।
କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ହେଉଥିବାରୁ ଏହାକୁ ନଜରରେ ରଖି ଧ୍ଵଜା ବନ୍ଧା ନୀତି ସମୟରେ ପରିବର୍ତ୍ତନ କରାଯାଇଥିଲା।
ବିଶେଷ କରି ପବିତ୍ର କାର୍ତ୍ତିକ ମାସରେ ଧ୍ବଜା ବନ୍ଧା ରୀତିନୀତି ଦେଖିବା ପାଇଁ ମନ୍ଦିର ଭିତରେ ଏବଂ ସିଂହଦ୍ବାର ନିକଟରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ।
ଏହାକୁ ଧ୍ୟାନରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସଂପୃକ୍ତ ସେବାୟତମାନଙ୍କୁ ଆସନ୍ତା ସପ୍ତାହ ପାଇଁ ଅପରାହ୍ନ ୩ଟା ୩୦ମି.ସୁଦ୍ଧା ଧ୍ବଜା ବନ୍ଧା ସମାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏଥିପାଇଁ ଚୁନାରା ସେବାୟତଙ୍କଠାରୁ ସହଯୋଗ ଲୋଡିଛି ଏବଂ ଏଥିରେ କୌଣସି ବ୍ୟତିକ୍ରମ ଗ୍ରହଣ କରାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି।
Comments are closed.