Latest Odisha News

BREAKING NEWS

ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ସୋସିଆଲ୍ ମିଡ଼ିଆରେ ଘୋଷଣା କଲେ ଦିଆ ମିର୍ଜା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ନିଜ ସ୍ୱାମୀ ପ୍ରଯୋଜକ ସାହିଲ ସଂଘାଙ୍କ ଠାରୁ ଅଲଗା ହେଉଥିବା ନେଇ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି । ଦିଆ ଓ ସାହିଲ ୨୦୧୪ ମସିହାରେ ଦିଲ୍ଲୀଠାରେ ଆର୍ଯ୍ୟ ସମାଜ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ଏହି ସେଲିବ୍ରେଟି ଦମ୍ପତି ଦ୍ୱୟ ମିଶିକି ନେଇଥିବା କଥା ଦିଆ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ବାହାଘର ଭାଙ୍ଗି ଯାଇଥିଲେ ମଧ୍ୟ, ଏବେ ପରଠୁ ସେମାନେ ଭଲ ସାଙ୍ଗ ହୋଇ ରହିବେ ।

ଏହାପରେ ଏହି ପୋଷ୍ଟଟିକୁ ଦିଆଙ୍କ ସ୍ୱାମୀ ପ୍ରଯୋଜକ ସାହିଲ ମଧ୍ୟ ସୋସିଆଲ୍ ମିଡ଼ିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।

ଏଭଳି ସମୟରେ ତାଙ୍କର ପ୍ରାଇଭେସି ଓ ଆବଶ୍ୟକତାକୁ ସମ୍ମାନ ଜଣାଇ ଏହି ବିଷୟରେ ଅଧିକ ଆଲୋଚନା ନକରିବାକୁ ଦିଆ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.