Latest Odisha News

BREAKING NEWS

ଟ୍ୱିଟ୍ କରି ନିଆଁରେ କିପରି ଘିଅ ଢାଳିଲେ ରୋହିତ ଶର୍ମା, ଜାଣନ୍ତୁ

ମୁୁମ୍ବାଇ: ଟିମ୍ ଇଣ୍ଡିଆ ଆଗକୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଉଛି । ଏବେ ଦଳ ମଧ୍ୟରେ କିଛି ଖେଳାଳି ଏପରିକି ରୋହିତ-ବିରାଟଙ୍କ ମଧ୍ୟରେ ଝଗଡ଼ା ଚାଲିଥିବାର ଗୁଜବ ବିଭିନ୍ନ ସୋସିଆଲ୍ ମିଡ଼ିଆ ଏବଂ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ବଢିବାରେ ଲାଗିଛି ।

ମାତ୍ର ରୋହିତ ଶର୍ମାଙ୍କ ଏକ ଟ୍ୱିଟ୍ ଏହି ବିବାଦ ଚାଲିଥିବା ନେଇ ଗୁଜବ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ।

“ମୁଁ କେବଳ ମୋ ଟିମ୍ ଲାଗି ଖେଳୁନାହିଁ । ପ୍ରକୃତରେ ମୁଁ ମୋ ଦେଶ ଲାଗି କ୍ରିକେଟ ଖେଳୁଛି,” ବୋଲି ରୋହିତ ବୁଧବାର ଦିନ ତାଙ୍କ ଟ୍ୱିଟର୍ ପୃଷ୍ଠାରେ ଏହା ଲେଖିବା ଫଳରେ ଏବେ ତାଙ୍କର ବିରାଟଙ୍କ ସହିତ ବିବାଦକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ନିକଟରେ ଭାରତ ସେମିଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡଠୁଁ ପରାଜିତ ହୋଇ ବିଶ୍ୱକପରୁ ବିଦାୟ ନେବାପରେ ଟିମଇଣ୍ଡିଆର କପ୍ତାନ ଓ ଉପ-କପ୍ତାନଙ୍କ ମଧ୍ୟରେ କିଛି ବିବାଦ ରହିଥିବା କଥା ପଦାକୁ ଆସିଥିଲା ବୋଲି ଏନେଇ ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରସାରିତ ହୋଇଥିଲା ।

ଦଳଭିତରେ ଫାଟ ସୃଷ୍ଟି ହୋଇଥିବା କଥାକୁ ଏହା ଏକ ଗୁଜବ ବୋଲି କହି ଖଣ୍ଡନ କରିଛନ୍ତି ଅଧିନାୟକ ବିରାଟ କୋହଲୀ । ଏକ ସାମ୍ବାଦିକ ସମ୍ମିଳନୀରେ କୋହଲୀ କହିଛନ୍ତି, “ଏହି କଥା ମୁଁ ଅନେକ ଦିନଧରି ଦେଖିଆସୁଛି । ବ୍ୟକ୍ତିଗତ ପ୍ରସଙ୍ଗକୁ ଚିତ୍ରଣ କରାଯାଉଛି । ଏହା ପ୍ରକୃତରେ ଦୁର୍ଭାଗ୍ୟଜନକ କଥା । ଦେଖିବାକୁ ଗଲେ ମୋ ସହିତ ରୋହିତଙ୍କର କୌଣସି ବାଦ ବିବାଦ ନାହିଁ ।” ଏହା କହିଛନ୍ତି ଦଳର କପ୍ତାନ କୋହଲୀ ।

ଏପରିକି ଆହୁରିମଧ୍ୟ ସେ କହିଛନ୍ତି ଯେ, “ଏହିସବୁ ମିଛ କଥାସବୁଠାରୁ ଆମେ ଯଥେଷ୍ଟ ଦୂରରେ ରହିବାକୁ ଚେଷ୍ଟା କରୁଛୁ । ମାତ୍ର ଦଳ ଦ୍ୱାରା ହୋଇଥିବା ପ୍ରଶଂସନୀୟ କାର୍ଯ୍ୟକୁ ଆଖି ବୁଜିଦେବା ଠିକ୍ ନୁହେଁ । ଆମେ ନିଜେ ଏହିସବୁ ଘଟଣାଗୁଡ଼ିକର ପରିକଳ୍ପନା କରି ତାକୁ ମନ ଭିତରେ ରଖିବା ଠିକ୍ । ସତ୍ୟ ନିଶ୍ଚିତ ଉନ୍ମୋଚିତ ହୋଇଥାଏ ।”

Leave A Reply

Your email address will not be published.