Latest Odisha News

ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ନୋଟ ବୁକ

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପାଠ ପଢା ପାଇଁ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଏଣିକି ଷ୍ଟୁଡେଣ୍ଟ ଡାଏରୀ ସହିତ ନୋଟ ବୁକ ମଧ୍ୟ ମିଳିବ ବୋଲି ଶନିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ଦେ ଶନିବାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଡାଏରୀ ମିଳିବ । ଇଂରାଜୀ ମାଧ୍ୟମ ପିଲାଙ୍କୁ ମିଳୁଥିବା ଡାଏରୀ ପରି ଏଥିରେ ଶିକ୍ଷକମାନେ କ’ଣ ପଢାଉଛନ୍ତି, କ’ଣ ହୋମବାର୍କ ଦେଇଛନ୍ତି ସେ ସବୁ ବିଷୟରେ ଲେଖାଯିବ । ଏପରିକି ପିଲା ସବୁଦିନ ସ୍କୁଲ ଯାଉଛି କି ନାହିଁ ତାହା ମଧ୍ୟ ଉଲ୍ଲେଖ ରହିବ । ଅଭିଭାବକଙ୍କ ଅବଗତି ନିମନ୍ତେ ଏହା ଲେଖାଯିବ ଏବଂ ଅଭିଭାବକମାନେ ଏଥିରେ ଦସ୍ତଖତ କରିବେ ।

BjdElectrycity

ସେହିପରି ୨ୟରୁ ୧୦ମ ପର୍ଯ୍ୟନ୍ତ ପିଲାଙ୍କୁ ଖାତା (ନୋଟବୁକ) ମିଳିବ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ସ୍କୁଲ ଡ୍ରେସ ଦିଆଯାଉଥିଲା । ଏବେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମାଗଣା ସ୍କୁଲଡ୍ରେସ ମିଳିବ । ଏହା ଦ୍ୱାରା ପାଖାପାଖି ୧୦ ହଜାର ପିଲା ଉପକୃତ ହେବେ ।

ପ୍ରାଥମିକ ଶିକ୍ଷକ ପଦ ଖୁବ ଶୀଘ୍ର ପୂରଣ କରାଯିବ । ଏଥିପାଇଁ ଖୁବ ଶିଘ୍ର ଏକ ବଡ ଘୋଷଣା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।
ଅନ୍ୟପକ୍ଷେ ମାର୍ଚ୍ଚ ୧ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ବର୍ଜନ ପାଇଁ ଚେତାବନୀ ଦେଇଥିବା ଅଧ୍ୟାପକଙ୍କ ଆଲୋଚନା କରାଯିବ ଏବଂ ସହମତି ଭିତ୍ତିରେ ସମାଧାନର ବାଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.