Latest Odisha News

BREAKING NEWS

ଅବିକା ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେ, ଶୁଭାଙ୍ଗୀ ସାମନ୍ତ “ଫେସ୍ ଅଫ୍ ଦ ଇୟର”

ଭୁବନେଶ୍ୱର  : ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ର ଗ୍ରାଣ୍ଡ ଫିନାଲେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି । ଚୂଡାନ୍ତ ପ୍ରକିୟାର ଶେଷରେ ଶୁଭାଙ୍ଗୀ ସାମନ୍ତ “ଫେସ୍ ଅଫ୍ ଦ ଇୟର ୨୦୨୩” ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ସୁଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଲିତା ମହାପାତ୍ର ଏବଂ ଫେସ୍ ଅଫ୍ ଦ ଇୟର ୨୦୨୨ ଦିବ୍ୟାଂଶା ପଣ୍ଡା ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୁରପୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହା ସହ ଅନ୍ୱେଷା ମିଶ୍ର, ଆୟୁସି ପୁନାର୍ଭି, ଭବ୍ୟାଂଶ ସତପଥି, ଦିଶାନି ଦେବାଞ୍ଜନା, ଦିବ୍ୟାଂଶୀ ପଣ୍ଡା, ମୋନାଲିସା ପ୍ରିୟଦର୍ଶିନୀ, ରାଜଶ୍ରୀ ସିଂ, ସୋନମ୍ ଆଦି ପ୍ରତିଯୋଗୀଙ୍କୁ “ଫେସ୍ ଅଫ୍ ଦ ମନ୍ଥ୍ ୨୦୨୩” ଭାବେ ସମ୍ମାନିତ କରାଯାଇଥିଲା ।

‘ଅବିକା ୨୦୧୩ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୩’ କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ‘ଅବିକା’ର ନିର୍ଦ୍ଦେଶକ ଅବିନାଶ ସାହୁଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.