ଖୋର୍ଦ୍ଧା: ଜଟଣୀ ରାଣୀପୁରରେ ଡରାଉଛି ଝାଡ଼ାବାନ୍ତି। ଏଠାରେ କାୟା ମେଲାଉଛି ଡାଇରିଆ। ଜଟଣୀ ରାଣୀପୁରରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ଖୋର୍ଦ୍ଧା ଜିଲା ଜଟଣୀ ବେଣାପଞ୍ଜରୀ ପଞ୍ଚାୟତ ରାଣୀପୁରରେ ଝାଡା ବାନ୍ତି ଭୟ ବଢିବାରେ ଲାଗିଛି। ୪ରୁ ୫ଦିନ ଧରି ଲାଗି ରହିଥିବା ବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ମୃତକ ରାଣୀପୁର ବିଚିତ୍ରା ନନ୍ଦ ମହାନା। ଗତକାଲି ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଗାଁରେ ମଧ୍ୟ ସ୍ୱାସ୍ଥ୍ୟ ଟିମ ଓ ଆରଡବ୍ଲୁଏସଏସ ଟିମ୍ ପହଂଚି ପାଣିର ନମୁନା ଟେଷ୍ଟ ପାଇଁ ନେଇଛନ୍ତି। ରାଣୀପୁର ଗାଁରେ ମେଡିକାଲ୍ ଟିମ୍ ପହଞ୍ଚି ପାଣି ନମୂନା ସଂଗ୍ରହ ସହ ଲୋକଙ୍କୁ କରୁଛନ୍ତି ସଚେତନ।
Comments are closed.