Latest Odisha News

BREAKING NEWS

ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ: ୧୬ ଆକ୍ରାନ୍ତ, ୬ ଗୁରୁତର

ନୂଆପଡା: ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ। ୩ ଦିନ ଭିତରେ ୧୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ନଙ୍ଗଲବୋର୍ଡରେ ୩ ଦିନ ଧରି ଝାଡ଼ାବାନ୍ତି ବ୍ୟାପିଛି। ସିନାପାଲି ମେଡିକାଲରୁ ଆମ୍ବୁଲାନ୍ସ ପଠାଇ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରାଯାଉଛି। କିଛି ସ୍କୁଲ ଛୁଆ ମଧ୍ୟ ଆକ୍ରାନ୍ତ ହୋଇଥିବା ବେଳେ ନଙ୍ଗଲବୋର୍ଡ ଗାଁର ୩ଟି ସାହିରେ ଝାଡ଼ାବାନ୍ତି ବ୍ୟାପିଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଝାଡାବାନ୍ତି ଖବର ସାମ୍ନାକୁ ଆସୁଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ମଧ୍ୟ ଡାଇରିଆ ବ୍ୟାପିଛି। ସୋମବାର ସକାଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଗତ ରାତିରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ସାନଖେମୁଣ୍ଡିରେ ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ସେହିପରି ୫ ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Comments are closed.