Latest Odisha News

BREAKING NEWS

ରାଉରକେଲାରେ ହଇଜା ଆତଙ୍କ: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛ   । ଏପଟେ  ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

ହଇଜାର ମୁକାବିଲା ପାଇଁ ୬ଟି ମୋବାଇଲ ଡାକ୍ତରୀ ଟିମ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ୧୦୦ରୁ ଅଧିକ ଆଶାକର୍ମୀ. ଏଏନଏମ ଘରକୁ ଘର ବୁଲି ରୋଗ ନ ବ୍ୟାପିବା ପାଇଁ ଲୋକଙ୍କ କ’ଣ କରିବ ସେ ବିଷୟରେ ସଚେତନ କରାଉଛନ୍ତି । ବନ୍ଧମୁଣ୍ଡା ତିଲକନଗରର ଜଣେ  ୮ ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି। ଏହାକୁ  ମିଶାଇ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ଜିଏଚ୍‌ରେ କେବଳ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ରାଉରକେଲା ଯିବେ । ୫ଟି ଅଧ୍ୟକ୍ଷ ପାଣ୍ଡିଆନ ଭିଡିଓ କନଫରୋନ୍ସିଂ ଜରିଆାରେ ସ୍ଥିତିର ସମୀକ୍ଷା କରିବେ ।

ଏପଟେ ସହରର ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆ ଯାଉଛି । ଫାଟି ଯାଇଥିବା ପାଣି ପାଇପର ମରାମତି କାମ ଚାଲିଛି । ସହରରେ ମୋଟ ୫୧ଟି ସ୍ଥାନରେ ଲିକେଜ ଥିବା ବିଭାଗ ଜାଣିବାକୁ ପାଇଛି । ଏହାର ମରାମତି ପାଇଁ ୨୦ଟି ଟିମ କାମ କରୁଛନ୍ତି ।

Leave A Reply

Your email address will not be published.