ଅନୁଗୁଳ: ପୁଣି ଝାଡ଼ାବାନ୍ତି ଆତଙ୍କ। ୪୦ରୁ ଅଧିକ ଆକ୍ରାନ୍ତ। ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ପୋଡାଗଡ ଗାଁ ନୂଆଁସାହିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଗାଁରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଏଏନଏମ, ହେଲଥ୍ ସୁପରଭାଇଜରଙ୍କ ସହ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଚଳାଇଛନ୍ତି। ଝାଡ଼ାବାନ୍ତି ବ୍ୟାପିବାର ଦୁଇଦିନ ବିତିଯାଇଥିଲେ ମଧ୍ଯ କେଉଁ କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି କାରଣ ଅସ୍ପଷ୍ଟ ରହିଛି।
ଅନ୍ୟପଟେ ଓଭରହେଡ୍ ଟାଙ୍କିର ଉପର ଘୋଡ଼ଣୀ ନଥିବାରୁ ଅପରିଷ୍କାର ପାଣି ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
Comments are closed.