ଯାଜପୁର: ୩ ମାସ ପରେ ପୁଣି ଯାଜପୁରରେ ଡାଇରିଆ ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୬ରୁ ୭ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ବଡଚଣା ବ୍ଲକ ସାଉଡିଆ ପଂଚାୟତ ତାଳୁଆ ଦଳିତ ସାହିରେ ଝାଡାବାନ୍ତିରେ ଜଣେ ମହିଳାଙ୍କର କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ୬ ରୁ ୭ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଏମାନଙ୍କ ମଧ୍ୟରୁ ୩ ଜଣ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗାଁରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଭୂତଳ ଜଳ ପ୍ରଦୂଷଣ ଯୋଗୁଁ ଗାଁକୁ ଝାଡାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ଗାଁରେ ଶୌଚ ହେବାକୁ ଯଥେଷ୍ଟ ସ୍ଥାନ ନଥିବାରୁ ସମସ୍ତେ ଗୋଟିଏ ସ୍ଥାନକୁ ବ୍ୟବହାର କରୁଥିବାରୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ଲୋକ।
ସେପଟେ ଏହି ଖବର ମିଳିବା ପରେ ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଟିମ୍ ଗାଁରେ ପହଂଚି ଓ.ଆର.ଏସ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଯୋଗାଇବା ସହ ପ୍ରାଥମିକ ପଦକ୍ଷେପ ନେଇଥିବା ସ୍ଥାନୀୟ ସରପଂଚ ଜଗନ୍ନାଥ ଖଣ୍ଡେଇ କହିଛନ୍ତି।
Comments are closed.