Latest Odisha News

ସୋନାଲି ପୁଣି ହେଲେ ବ୍ରହ୍ମପୁର ମହିଳା ବିଜେଡ଼ି ସଭାନେତ୍ରୀ

ବ୍ରହ୍ମପୁର:ବିଜୁ ମହିଳା ଜନତା ଦଳର ବ୍ରହ୍ମପୁର ସାଂଗଠନିକ ଜିଲା ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହି ନାମ ଘୋଷଣା କରିଛନ୍ତି। ସଭାନେତ୍ରୀ ଭାବେ ପୁଣି ଥରେ ସୋନାଲି ଗନ୍ତାୟତଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶାନ୍ତି ଦାସଙ୍କ ନାମ ଚୟନ କରାଯାଇଛି। ଏଥି ସହିତ ଉପସଭାନେତ୍ରୀ ଭାବେ ୭ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ସାଧାରଣ ସଂପାଦିକା ଭାବେ ୧୨ଜଣ, ସଂପାଦିକା ଭାବେ ୧୫ଜଣ, ଯୁଗ୍ମ ସଂପାଦିକା ଭାବେ ୧୦ଜଣ, କାର୍ଯ୍ୟାଳୟ ସଂପାଦିକା ଭାବେ ସାରାହ ଲରେନ ମିଶ୍ର, କୋଷାଧ୍ୟକ୍ଷ ଭାବେ ମନସ୍ବିନୀ ବିଷୋୟୀ ଏବଂ ସାମାଜିକ ଗଣମାଧ୍ୟମ ଦାୟିତ୍ବ ସ୍ବେତାରେଖା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି।

Leave A Reply

Your email address will not be published.