Latest Odisha News

BREAKING NEWS

ରାଉରକେଲାରେ ଥମୁନି ଝାଡାବାନ୍ତି; ପୁଣି ଆଖି ବୁଜିଲେ ୨, ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା

ରାଉରକେଲା:ରାଉରକେଲାରେ ବଢୁଛି ଝାଡାବାନ୍ତି । ୮ ଦିନ ବିତି ଯାଇଥିଲେ ବି ଲଗାମ ଲାଗିପାରୁନି  । ଗତକାଲି ପୁଣି ଡାଇରିଆରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ  ସେକ୍ଟର ୨୧ ନୟାବଜାରର ସରୋଜନୀ ଖଣ୍ଡାୟତ(୪୦ବର୍ଷ) ଏବଂ କିସାନଟୋଲାର ବିଜୟ କିସାନ(୫୨ ବର୍ଷ) । ଏହାକୁ ମିଶାଇ ୩ ଦିନରହ ମୃତ ସଂଖ୍ୟା ୯ରେ ପହଞ୍ଚିଲାଣି ।

ଆରିଜିଏଚର ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ କହିଛନ୍ତି, ପାଣିରୁ ଡାଇରିଆ ସଂକ୍ରମଣ ହେଉଛି । ମାକ୍ରୋ ବାୟୋଲଜିକାଲ ରିପୋର୍ଟ ହସ୍ତଗତ ହୋଇଛି । ସଂକ୍ରମିତ ୧୩୬ ଜଣ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୨ ଜଣ ଶିଶୁ ଅଛନ୍ତି । ଇତିମଧ୍ୟରେ ଆଇଜିଏଚରେ ୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବାବେଳେ ହାଇଟେକ ମେଡିକାଲରେ ୨,  ବେଦବ୍ୟାସସ୍ଥିତ ଜୟପ୍ରକାଶ ହସ୍ପିଟାଲରେ ଜଣଙ୍କର  ମୃତ୍ୟୁ ଘଟିଛି ।

ବିଶେଷରକି ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ବେଶି ବ୍ୟାପିଛି ରୋଗ । ତେବେ ପାନପୋଷ ଓ ଛେଣ୍ଡ କଲୋନୀକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ସମସ୍ତ ଅଞ୍ଚଳର ପାଣି ପରୀକ୍ଷା କରାଯାଇଛି । ହେଲେ ଏସବୁ ଅଞ୍ଚଳର ପାଣି ଦୂଷିତ ନ ଥିବା କୁହଯାଉଛି । ତେଣୁ ଖାଦ୍ୟରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି ।

ସେପଟେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ , ଆରଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜରୁ ୮ ଜଣ ଡାକ୍ତର ତଥା ଘରୋଇ ନର୍ସିଂ କଲେଜରୁ ୪୦ରୁ ଅଧିକ ନର୍ସଙ୍କୁ ଚିକିତ୍ସା ସେବାରେ ନିୟୋଜିତ କରାଯାଇଛି । ସହରର କଲୋନୀ ଏବଂ ବସ୍ତିରେ ୪୦ଟ ଗାଡି ବୁଲି ବୁଲି ଲୋକଙ୍କୁ ସଚେତନ କରୁଛି ।

Leave A Reply

Your email address will not be published.