Latest Odisha News

BREAKING NEWS

କବିତା : ଘୋଡ଼ଲାଗି ବେଶ

ଗଦାଧର ସାହୁ

ମାର୍ଗଶିର ମାସ
ଓଢଣ ଷଷ୍ଠୀରେ
ଘୋଡ଼ଲାଗି ବେଶ ହେବେ,
ପ୍ରଭୁ ଜଗନ୍ନାଥ
ଶୀତବସ୍ତ୍ର ପିନ୍ଧି
ପିନ୍ଧିବା ନିର୍ଦ୍ଦେଶ ଦେବେ ।

ସାତ ବାର ସବୁ
ତାଙ୍କରି ଭିଆଣ
ସାତ ରଙ୍ଗ ବସ୍ତ୍ର ପିନ୍ଧି,
ନିତି ନୂଆ ନୁହେଁ
ବ୍ୟବହାର ପରେ
ପାଲଟାଇବାର ବିଧି ।

ପଷମ ବସ୍ତ୍ରରେ
ବେଶି ଧୂଳିକଣା
ଭରିଥାଏ ଦିଶେ ନାହିଁ,
ସଫା ନକରିଲେ
ରୋଗର ଶିକାର
ଅତି ସହଯ ଅଟଇ ।

ଶୀତବସ୍ତ୍ର ପିନ୍ଧି
ଖାଆନ୍ତି ଗରମ
ପହିଲିଭୋଗ ହିଁ ଖଞ୍ଜା,
କାଉ ନରାବିବା
ସୂର୍ଯ୍ୟ ନଉଇଁବା
ପୂର୍ବୁ ଶଯ୍ୟାତ୍ୟାଗ ମଜା ।

ଶାସ୍ତ୍ରେ ଲେଖା ଅଛି
ମଣିଷ ପଢୁଛି
ମଠ ମନ୍ଦିରେ ପାଳୁଛି,
ନିଜେ ନକରୁଛି
ଗପ ମାରୁଅଛି
ଫଳ ଭୋଗି ନଚେତୁଛି ।

ବ୍ରହ୍ମଗିରି, ପୁରୀ

Leave A Reply

Your email address will not be published.