Latest Odisha News

BREAKING NEWS

ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ଦିବାକର ପାତ୍ର

ପୁରୀ: ଆଜିଠୁ ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦିବାକର ପାତ୍ର । ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପୂରଣ କରଯାଇଛି । ବିଜେଡ଼ିର ବରିଷ୍ଠ ନେତା ସ୍ବର୍ଗତଃ ମହେଶ୍ଵର ମହାନ୍ତିଙ୍କ ବିୟୋଗ ପରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପଦ ଖାଲି ପଡ଼ିଥିଲା ।

ସେପଟେ ନୁଆ ପଦ ମିଳିବା ପରେ ବେଶ୍ ଉତ୍ସାହିତ ଅଛନ୍ତି ଦିବାକର ପାତ୍ର । ବିଶେଷକରି ତାଙ୍କ ଉପରେ ଦଳର ସୁପ୍ରିମୋ ଆସ୍ତା ପ୍ରକଟ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇବା ପରେ ଏକ ସାମ୍ୱାଦିକ ସମ୍ମିଳନୀ ରେ ଦିବାକର ପାତ୍ର କହିଛନ୍ତି ଯେ, ପୁରୀ ଜିଲ୍ଲାରେ ସଙ୍ଗଠନକୁ ଦୃଢ଼ କରିବା, ଜିଲ୍ସା ର ଛଅ ଟି ନିର୍ବାଚନ ମଣ୍ଡଳୀ ଆସନ ଯେଭଳି ବିଜେଡି ହାତ କୁ ଆସିବ ସେନେଇ ସେ ସ୍ଵତନ୍ତ୍ର ରଣନୀତି କରି କାର୍ଯ୍ୟ କରିବେ ।

ପୁରୀ ଜିଲ୍ଲାରେ ଥିବା ଦଳର ବିଧାୟକ, ବରିଷ୍ଠ ନେତା, କର୍ମୀଙ୍କ ସହଯୋଗରେ ସେ କାର୍ଯ୍ୟ କରିବେ । ତେବେ ପୁରୀ ଜିଲ୍ଲାର ଦୁଇଟି ଗୁରୁତ୍ବପୁର୍ଣ୍ଣ ଆସନ ପୁରୀ ସଦର ଓ ବ୍ରହ୍ମଗିରି ଗତ 2019 ନିର୍ବାଚନ ରେ ବିଜେଡ଼ି ପରାସ୍ତ ହୋଇଥିବା ବେଳେ ଏହି ଦୁଇଟି ଆସନ ପୁଣି କିଭଳି ବିଜେଡି ହାତକୁ ଆସିବ ସେ ଦିଗରେ ସେ ଅଧିକ ଫୋକୋସ ଦେବେ ବୋଲି ଦିବାକର ପାତ୍ର କହିଛନ୍ତି ।

ସେ କହିଛନ୍ତି ପୁରୀ ଓ ବ୍ରହ୍ମଗିରି ରେ ବିଜେଡି ର ସ୍ଥିତି ବେଶ୍ ଦୃଢ଼ ରହିଛି । ଆଗାମୀ ନିର୍ବାଚନରେ ଏହି ଦୁଇ ଆସନରେ ବିଜେଡି ବିପୁଳ ବିଜୟ ହାସଲ କରିବ । ତେବେ ପୂରୀ ବିଧାନସଭା ଆସନରେ ଏକାଧିକ ଆଶାୟୀ ଥିବାବେଳେ ଗୋଷ୍ଠୀ କନ୍ଦଳ ଥିବାରୁ ସେ କିଭଳି ପରିଚାଳନା କରିବେ ବୋଲି ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ବିଜେଡି ଏକ ଶୃଙ୍ଖଳିତ ଦଳ ।

ଏଠାରେ ଦଳର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦିଅନ୍ତି ତାହା ନେତା ଓ କର୍ମୀ ପାଳନ କରନ୍ତି । ଏଣୁ ଯିଏ ବିଶୃଙ୍ଖଳା କରିବ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ । ତେବେ ଯାହାବି ଦଳରେ ସମସ୍ୟା ରହିଛି ଦିନେ ଦୁଇ ଦିନ ଭିତରେ ସମାଧାନ ହୋଇଯିବ ବୋଲି ପୁରୀ ଜିଲା ବିଜେଡ଼ିର ନବ ନିଯୁକ୍ତ ସଭାପତି ଦିବାକର ପାତ୍ର କହିଛନ୍ତି ।

Leave A Reply

Your email address will not be published.