Latest Odisha News

BREAKING NEWS

ଆକ୍ସନ ସୁଟିଂ ବେଳେ ଆହତ ହେଲେ ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ-ନିର୍ଦ୍ଦେଶିକା ଦିବ୍ୟା ଖୋସଲା କୁମାର ତାଙ୍କ ଫିଲ୍ମର ସୁଟିଂ ସମୟରେ ଆହତ ହୋଇଛନ୍ତି । ଖୋଦ ଦିବ୍ୟା ଏବିଷୟରେ ନିଜେ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ମୁହଁରେ ଆଘାତ ଲାଗିଛି । କେବଳ ଏତିକି ନୁହେଁ ପୋଷ୍ଟ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ ମୋର ଆଗାମୀ ପ୍ରୋଜେକ୍ଟ ପାଇଁ ଆକ୍ସନ୍ ସିକ୍ୱେନ୍ସର ସୁଟିଂ କରିବା ସମୟରେ ଆଘାତ ଲାଗିଛି ।

କିନ୍ତୁ ଆପଣମାନଙ୍କର ଆଶୀର୍ବାଦ ରହିଥିବାରୁ ଏହା ଜାରି ରହିବ। ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ଏହି ଫଟୋ ଦେଖି ସମସ୍ତେ ତାଙ୍କୁ ଆଶୁଆରୋଗ୍ୟ କାମନା କରିଛନ୍ତି । ଉଲ୍ଲେଖ ଥାଉ କି ଯେ ଦିବ୍ୟା ବର୍ତ୍ତମାନ ବ୍ରିଟେନରେ ଅଛନ୍ତି ଏବଂ ତାଙ୍କର ଆଗାମୀ ଫିଲ୍ମର ସୁଟିଂ କରୁଛନ୍ତି। ଦିବ୍ୟା ଖୋସଲା କୁମାର ତାଙ୍କ ଆଗାମୀ ସିକ୍ୱେଲ ଫିଲ୍ମ ‘ୟାରିଆଁ ୨’ର ସୁଟିଂରେ ବ୍ୟସ୍ତ ଥିବାବେଳେ ଆହତ ହୋଇଛନ୍ତି ଏବଂ ତାଙ୍କ ମୁହଁରେ ଆଘାତ ଲାଗିଛି ।

Leave A Reply

Your email address will not be published.