ଖୋର୍ଦ୍ଧା – ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଯାହାକୁ ଲକ୍ଷ୍ୟରେ ରଖି ରାଜ୍ୟରେ ଆରମ୍ଭ ହୋଇଛି “ବାଲ୍ ଆଧାର” । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଶୁଭାରମ୍ଭ କରିଛନ୍ତି। “ବାଲ୍ ଆଧାର” ଯୋଜନାରେ ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜୀକରଣ କରାଯିବ। ଜନ୍ମ ପଞ୍ଜୀକରଣ ସହ ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହେବ ଓ ଏହା ନିଶୁଳ୍କ ବୋଲି ସରାକାରଙ୍କ ପକ୍ଷରୁ କୁହାଯାଇଛି । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର ପ୍ରାପ୍ତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଆଧାର ପଞ୍ଜୀକରଣ ପାଇଁ ମାଆବାପାଙ୍କର କୌଣସି ଜଣଙ୍କ ଆଧାର ନମ୍ବର ଥିବା ଜରୁରୀ। ୫ବର୍ଷ ପର୍ଯ୍ଯନ୍ତ ଶିଶୁର ବାୟୋମେଟ୍ରିକ ଅନିର୍ବାର୍ଯ୍ଯ ନୁହେଁ। ଶିଶୁ ଜନ୍ମର ୨୧ଦିନ ମଧ୍ୟରେ ପଞ୍ଜୀକରଣ ସମ୍ପୂର୍ଣ ନିଃଶୁକ୍ଳ ହୋଇଥିବାବେଳେ ଆଧାର କାର୍ଡ ପଞ୍ଜିକରଣ ସର୍ବଦା ନିଃଶୁକ୍ଳ ଅଟେ। ତେଣୁ ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ପିତାମାତା ଏହି ବାଲ୍ ଆଧାର ପ୍ରାପ୍ତ କରିପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା

Comments are closed.