ଇଂଲଣ୍ଡ: କୁହାଯାଏ, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ଯିଏ ନିଜ ପାଦରେ ଛିଡ଼ା ହେବା ପାଇଁ ଅସହାୟ, କିନ୍ତୁ ଏକ ହୁଇଲ ଚେୟାରରେ ବସି ବିଶ୍ୱ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତିି । ଏବେ ସେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୁବକ ଭାବେ ପରିଚିତ ।
୩୬ ବର୍ଷିୟ ଡ଼େଭ୍ ୱାଲ୍ସ ଇଂଲଣ୍ଡର ଚିଫେନହାମ୍ରେ ରୁହନ୍ତି । ୨୦୧୪ରୁ ଏକାଧିକ ସ୍କେ୍ଲରୋସିସ୍ ରୋଗରେ ଆକ୍ରାନ୍ତ । କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ସହିତ ଜଡିତ ଏହା ଅତ୍ୟନ୍ତ ଗମ୍ଭୀର ରୋଗ । ଏହାକୁ ଏନସେଫାଲୋମିଏଲାଇଟିସ୍ ମଧ୍ୟ କୁହାଯାଏ । ଏହି ରୋଗରେ ଆକ୍ରାନ୍ତ ହେଲେ ସ୍ନାୟୁ ପ୍ରଣାଳୀ କାମ କରିବା ବନ୍ଦ କରିଦିଏ । ଏହି କାରଣରୁ ଡେଭ୍ଙ୍କ ଗୋଡ ମଧ୍ୟ ଠିକ୍ ଭାବେ କାମ କରେ ନାହିଁ । ତେଣୁ ସେ ବାଧ୍ୟ ହୋଇ ହୁଇଲ ଚେୟାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଛନ୍ତି ।
ତଥାପି ଡେଭ୍ ହାର ମାନି ନ ଥିଲେ । ସେ ନିଜର ଶକ୍ତି ଏବଂ ଫିଟନେସ୍ ଉପରେ ଗୁରୁତ୍ୱ ଦେଇ ଆସୁଥିଲେ । ଡେଭ୍ କହିଛନ୍ତି, ମୁଁ ୨୦୧୨ ମସିହାରୁ ଅନେକ ପ୍ରତିଯୋଗିତାରେ ଭାଗ ନେଉଥିଲି । କିନ୍ତୁ ଯେତେବେଳେ ମୁଁ ଏହି ରୋଗରେ ଆକ୍ରାନ୍ତ ହେଲି ହତାଶ ହୋଇଗଲି । ମୁଁ କ’ଣ କରିବି ଭାବି ପାରିଲି ନାହିଁ । ଯେତେବେଳେ ମୁଁ ୨୦୧୭ ରେ ପ୍ରତିଯୋଗିତାର ଦିବ୍ୟାଙ୍ଗ ବିଭାଗ ଦେଖିଲି,ଏହା ପରେ ମୁଁ ପଛକୁ ଚାହିଁଲି ନାହିଁ । ମୁଁ ୧୦ ଟନ୍ ଟ୍ରକ୍ ଟାଣି ଗିନିଜ୍ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାରେ ସଫଳ ହେଲି । ପୂର୍ବ ରେକର୍ଡ ଦୁଇଟି ଟନ୍ ଥିଲା, ତେଣୁ ମୁଁ ଏହାକୁ ଭାଙ୍ଗି ଦେଇଛି । ଆଗକୁ୧୭ ଟନ୍ ଟାଣିବାକୁ ଇଛା ରଖିଥିଲି, କିନ୍ତୁ ମୋ ଶରୀର ମୋତେ ସପୋର୍ଟ କଲା ନାହିଁ ।
Comments are closed.