Latest Odisha News

ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ

ମୁମ୍ବାଇ: ଗତ କିଛି ଦିନ ହେବ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଆୟୋଜିତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଐଶ୍ୱର୍ଯ୍ୟା ଏକକ ଅଭିନୟ କରିବା ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ଗୁଜବ ଏବେ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି। ଅଭିନେତ୍ରୀ ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ୍‌ ଫୋରମରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଏପରି କିଛି ଘଟିଥିଲା ଯାହା ସୋସିଆଲ ମିଡିଆରେ ଆଲୋଚନାର ବାତାବରଣ ସୃଷ୍ଟି କରିଥିଲା।

ଯାହାକୁ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ପୁଣି ଥରେ ଛାଡପତ୍ରକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଐଶ୍ୱର୍ଯ୍ୟାଙ୍କ ନାମରେ ‘ବଚ୍ଚନ’ ସାଙ୍ଗିଆ ଦେଖାଯାଇନଥିଲା । ଏହା ସମସ୍ତ ପ୍ରଶଂସକଙ୍କୁ ଆଶ୍ୱର୍ଯ୍ୟ କରିବା ସହ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଏହା କାହିଁକି ହେଲା? ଏହା କେବଳ ଏକ ସଂକେତ ଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି। ଏହି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟାଙ୍କ ନାମ ପରଦାରେ ଦେଖାଯାଉଥିବା ବେଳେ କେବଳ ଐଶ୍ୱର୍ଯ୍ୟା ରାୟ ଲେଖାଯାଇଥିଲା।

ତାଙ୍କ ନାମରେ ବଚ୍ଚନ ସାଙ୍ଗିଆ ଦେଖିବାକୁ ମିଳିନଥିଲା। ଏହି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ସହ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଲେଖିଛନ୍ତି, ଶେଷରେ ‘ବି’ଶବ୍ଦ ତାଙ୍କ ନାମରୁ ଅଦୃଶ୍ୟ ହୋଇଯାଇଛି । ସେହିପରି ଅନ୍ୟ ଜଣେ ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.