Latest Odisha News

BREAKING NEWS

ବିହାର ରାଜନୀତିରେ ବଡ଼ ଓଲଟପାଲ ! ମେଣ୍ଟ ରାଜନୀତିରେ ହଟଚମଟ

ଭୁବନେଶ୍ୱର: ବିହାର ରାଜନୀତିରେ ବଡ଼ ଓଲଟପାଲଟ । ମେଣ୍ଟ ରାଜନୀତିକୁ ନେଇ ଆସିଲା ବଡ଼ ଖବର । କିଛିଦିନ ପୂର୍ବେ ୨୪୩ ଆସନରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛନ୍ତି ତେଜସ୍ବୀ ଯାଦବ । ଏବେ ଏହାକୁ ନେଇ ବିହାର ରାଜନୀତିରେ ଦେଖା ଦେଇଛି ହଟଚମ । ଯାହା ମେଣ୍ଟ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ କରିଦେଇଛି…ହେଲେ ପୁଣି ଥରେ ନିଜ କଥାରେ ପ୍ୟାଚ୍‌ ପକାଇଛନ୍ତି ତେଜସ୍ବୀ…ଏପଟେ ନୀତୀଶଙ୍କ ଭୂମିକାକୁ ନେଇ ପୁଣି ଉଠିଛି ପ୍ରଶ୍ନବାଚୀ…ମୁଖ୍ୟମନ୍ତ୍ରୀ ନୀତୀଶ କୁମାରର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ଆଶ୍ବାସନା ଦେଉଛନ୍ତି ଯେ, ସେ ଏନଡିଏ ହାତ ଛାଡ଼ିବେ ନାହିଁ…୨୦୨୪ ଲୋକସଭା ନିର୍ବାଚନ ପରେ ଲଗାତାର ଭାବେ ନିଜର ପଲ୍‌ଟୁରାମ ଇମେଜକୁ କ୍ଲିନ୍‌ କରିବା ଉପରେ ଗୁରୁତ୍ବ ଦେଉଛନ୍ତି ନୀତୀଶ କୁମାର…ସେଥିପାଇଁ ବାରମ୍ବାର ଏନ୍‌ଡିଏ ହାତ ନଛାଡ଼ିବା ନେଇ ସେ ଦାବି କରୁଛନ୍ତି…ଗତ ୫ ମାସ ଭିତରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ସଫେଇ ଦେଇଛନ୍ତି ନୀତୀଶ କୁମାର…ଗତ ମେ’ମାସରେ ମଧୁବନୀରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ରାଲିରେ ମଧ୍ୟ ସେ ସମାନ କଥା କହିଥିଲେ । ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି, କାହିଁକି ନୀତୀଶ ବାରମ୍ବାର ବିଜେପି ସହ ରହିବା କଥା କହୁଛନ୍ତି ? ନୀତୀଶଙ୍କ ପାଇଁ ରହିଛି କି କିଛି ମଜ୍‌ବୁରି ? ବର୍ତ୍ତମାନ ସ୍ଥିତିରେ ନୀତୀଶ କୁମାର ନିଜକୁ ବିହାର ରାଜନୀତିରେ ଅସୁରକ୍ଷିତ ମଣୁଛନ୍ତି କି ?

ବିହାରର ସବୁଠୁ ଲମ୍ବା ସମୟ ଧରି ରହିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅତୀତରେ ୨ ଥର ବିଜେପିର ହାତ ଛାଡ଼ିଛନ୍ତି…୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଜେଡିୟୁ ବିଜେପିର ହାତ ଛାଡ଼ିଥିଲା…ଏହାପରେ ୨୦୨୨ରେ ବିଜେପି ତାଙ୍କ ଦଳକୁ ଭାଙ୍ଗିବାର ପ୍ରୟାସ କରୁଥିବା ଅଭିଯୋଗ କରି ଏନ୍‌ଡିଏର ହାତ ଛାଡ଼ିଥିଲେ ନୀତୀଶ…ଏହାପରେ ସେ ଇଣ୍ଡିଆ ବ୍ଲକ୍‌ ଗଠନ କରିବା ଦିଗରେ ନିଭାଇଥିଲେ ପ୍ରମୁଖ ଭୂମିକା…୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ମାତ୍ର ୪୩ଟି ଆସନ ପାଇଥିବାବେଳେ ବିଜେପି ପାଇଥିଲା ୭୪ ଆସନ…ଆଉ ଆରଜେଡିକୁ ମିଳିଥିଲା ୭୫ ଆସନ…ଫଳରେ ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରି ଜେଡିୟୁ ସହ ଏକାଠି ସରକାର ଗଠନ କରିଥିଲା…ସେହିପରି ଏଲ୍‌ଜେପି ମୁଖ୍ୟ ଚିରାଗ ପାଶୱନ ଏନ୍‌ଡିଏରୁ ବାହାରି ନୀତୀଶଙ୍କ ବିରୋଧରେ ଦେଇଥିଲେ ପ୍ରାର୍ଥୀ…ଆଉ ଜେଡିୟୁକୁ ବଡ଼ ଧରଣର କ୍ଷତି ପହଞ୍ଚାଇଥିଲେ…ଏବେ କିନ୍ତୁ ଚିରାଗ ବିହାରରେ ଏନ୍‌ଡିଏରେ ହିଁ ଅଛନ୍ତି… ବାଇଟ- ଚିଦାନନ୍ଦ ଜେନା, ସମ୍ପାଦକ, ଓଡ଼ିଶା ପତ୍ରିକା

ଏଥର କିନ୍ତୁ ନୀତୀଶଙ୍କ ପାଇଁ ନିର୍ବାଚନ ଅପେକ୍ଷାକୃତ କଷ୍ଟକର ହୋଇପଡ଼ିଛି…ଯଦି ୨୦୨୦ ପ୍ରଦର୍ଶନକୁ ଦେଖାଯାଏ, ତେବେ ଆସନ ବୁଝାମଣା ଆଲୋଚନାକୁ ନେଇ ଜେଡିୟୁ ଉପରେ ଅନେକ ପ୍ରେସର ପଡ଼ିବ…ଦ୍ବିତୀୟରେ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଅନେକ ମିଡିଆ ରିପୋର୍ଟ ଆସିଛି…ଏହାକୁ ନେଇ ବିରୋଧୀ ନେତାମାନେ ମଧ୍ୟ ବିଭିନ୍ନ ସମୟରେ ସମାଲୋଚନା କରୁଛନ୍ତି…ଯାହା ନୀତୀଶଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି…ଅନ୍ୟପଟେ ନୀତୀଶ କୁମାର ବି ଭଲଭାବେ ଜାଣିଛନ୍ତି ଯେ, ବିଜେପି ସହ ରହିଲେ ତାଙ୍କର ଓ ଜେଡିୟୁର ସମନ୍ବୟ ଠିକ୍‌ ଭାବେ ରହିପାରିବ…ସେହିପରି ନୀତୀଶଙ୍କ କୋଟରୀ ଉପରେ ବିଜେପିର ସ୍ବତନ୍ତ୍ର ଫୋକସ୍‌ ରହିଛି…ଲଲନ ସିଂହ ଓ ସଞ୍ଜୟ ଝା’ଙ୍କ ଭଳି ନେତା ଏନ୍‌ଡିଏ ସରକାରରେ ଏବେ କେନ୍ଦ୍ର ମନ୍ତ୍ରୀ…ତେଣୁ, ନୀତୀଶ ପ୍ରଧାନମନ୍ତ୍ରୀଙ୍କ ଗୁଡ୍‌ବୁକ୍‌ରୁ ଆଉଟ୍‌ ହେବାକୁ ଆଦୌ ଚାହିଁବେ ନାହିଁ । ଏପରିସ୍ଥିତିରେ ଆଗକୁ ବିହାର ରାଜନୀତିରେ କିଛିବି ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ ।

Comments are closed.