Latest Odisha News

BREAKING NEWS

ଅଧୀର ରଞ୍ଜନଙ୍କ ଅଭିଯୋଗର ଉତ୍ତର ପ୍ରମାଣ ସହ ରଖିଲେ ଅମିତ ଶାହ

ନୂଆଦିଲ୍ଲୀ:ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ସେ କହିଥିଲେ ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ ବେଳେ ଟାଗୋରଙ୍କ ଚୌକିରେ ଅମିତ ଶାହ ବସି ତାଙ୍କୁ ଅସମ୍ମାନିତ କରିଛନ୍ତି । ଆଜି ଏଥିନେଇ ମୁହଁ ଖୋଲିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ । ସେ ପ୍ରମାଣ ସହ କହିଛନ୍ତି, ମୁଁ ନୋବେଲ ପୁରସ୍କାର ପ୍ରାପ୍ତ ଟାଗୋରଙ୍କ ଚୌକିରେ ବସିଥିଲି କି ନାହିଁ ବିଶ୍ୱ ଭାରତୀୟ କୂଳପତି ସ୍ପଷ୍ଟ କରିଛନ୍ତି ।

ମୁଁ ଏକ ଝରକା ନିକଟରେ ବସିଥିଲି ଏବଂ ଏଠାରେ ସମସ୍ତେ ବସିପାରିବେ । ଅମିତ ଶାହ ଏହି ଅବସରରେ ଟାଗୋରଙ୍କ ଚୌକିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଜବାହା ଲାଲ ନେହେରୁ ବସିଥିବା ଫଟୋଗ୍ରାଫ ଦେଖାଇଥିଲେ ।

Leave A Reply

Your email address will not be published.