Latest Odisha News

BREAKING NEWS

କାଲିଠୁ କମିବ ଶୀତ, ୩ରୁ ୪ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: କମିବ ଶୀତ, ବଢ଼ିବ ପାରଦ । ରାଜ୍ୟରେ ଲାଗି ରହିଥିବା ଶୀତ ଲହରୀ କାଲିଠୁ କମିବ । ଆସନ୍ତାକାଲି ବୁଧବାର ବିଶେଷକରି ରାଜ୍ୟର ୩ଟି ଜିଲ୍ଲାର କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ କେତୋଟି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ । ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ରହିବ ।

BjdElectrycity

ବିଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିଭଳି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ୧୦ ତାରିଖ ଗୋଟିଏ ଦିନ ରାଜ୍ୟର କେତେକ ଜିଲ୍ଲାର ଶୀତ ପ୍ରବାହ ହେବ ।

ତା’ପରେ ଆସ୍ତେ ଆସ୍ତେ ତାପମାତ୍ରା ବଢ଼ିବା ସହ ଶୀତ ଅପସରି ଯିବ । କିନ୍ତୁ, ୧୦ ତାରିଖ ପରେ ବି ଭୋର୍ ସମୟରେ କୁହୁଡ଼ି ଲାଗି ରହିବ । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାରେ ୧୩ ତାରିଖ ଯାଏ କୁହୁଡ଼ି ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ।

Leave A Reply

Your email address will not be published.