Latest Odisha News

BREAKING NEWS

ଅଜବ ପ୍ରତିଯୋଗିତା, କୀଟପତଙ୍ଗକୁ ମାଟିରୁ ବାହାର କରିବାକୁ ପଡ଼େ ପ୍ରତିଯୋଗୀଙ୍କୁ

ବ୍ରିଟେନ୍ : ଦୁନିଆ ଅନେକ ପ୍ରତିଯୋଗିତା ଆୟୋଜନ ହେଉଥିବା ଆପଣ ଦେଖିଥିବେ । କିନ୍ତୁ ଏମିତି ଏକ ପ୍ରତିଯୋଗିତା ଅଛି, ଯାହାକୁ ଆପଣ କେବେ ଦେଖିବା ତ ଦୂରର କଥା, ଶୁଣି ବି ନ ଥିବେ । ଏହି ଅଜବ ଖେଳର ପ୍ରତିଯୋଗିତା ବ୍ରିଟେନ୍‌ରେ ହଁ ଦେଖିବାକୁ ମିଳିଥାଏ ।

ବ୍ରିଟେନରେ ଅନେକ ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜିତ ହୁଏ । ଏହା ଫାଲମାଉଥ୍ ୱାର୍ମ ଚାର୍ମିଂ ଚାମ୍ପିଅନସିପ୍ ଭାବରେ ଜଣାଶୁଣା । ଏହି ଖେଳରେ ପ୍ରତିଯୋଗୀଙ୍କୁ ଗୋଟେ ଛୋଟ ପ୍ଲଟ ଦିଆଯାଇଥାଏ । ଯେଉଁଠାରେ ଘାସ ରହିଥାଏ । ସେଥିରେ ଲୁଚି ରହିଥିବା କୀଟପତଙ୍ଗକୁ ପ୍ରତିଯୋଗୀଙ୍କୁ ବାହାରକୁ ଆଣିବାକୁ ପଡ଼ିବ । ସେଥିଲାଗି ପ୍ରତିଯୋଗୀମାନେ ବିଭିନ୍ନ ଉପାୟରେ କୀଟପତଙ୍ଗକୁ ବାହାରକୁ ଆଣିବାକୁ ଚେଷ୍ଟା କରିଥାନ୍ତି । ଯେମିତି କି ପାଣି ପକାଇବା, ନାଚିବା, ଡ଼୍ରମ୍ ବଜାଇବା ଏବଂ ଖେଳିବା ଭଳି କାର୍ଯ୍ୟକଳାପ କରିଥାନ୍ତି ।

ସାଧାରଣତଃ କୀଟପତଙ୍ଗ ଭୂମିରେ କମ୍ପନ ଶୁଣିବା ବା ପାଣି ଛିଞ୍ଚିବା ପରେ ଉପରକୁ ଉଠି ଆସିଥାନ୍ତି । ଯିଏ ଅଧିକ କୀଟକୁ ବାହାରକୁ ଆଣିବା ବା କମ ସମୟରେ ଆଣିବାରେ ସକ୍ଷମ ହୁଅନ୍ତି ସେହି ପ୍ରତିଯୋଗୀ ବିଜୟୀ ହୋଇଥାନ୍ତି । ପ୍ରତିଯୋଗିତା ପରେ ଏହି କୀଟମାନଙ୍କୁ ପୁନର୍ବାର ସେହି ଘାସରେ ଛାଡ଼ି ଦିଆଯାଇଥାଏ । ୨୦୦୯ ମସିହାରେ ଏହି ପ୍ରତିଯୋଗିତାରେ ସର୍ବାଧିକ ୫୬୭ କୀଟ ବାହାର କରାଯାଇଥିଲା , ଯାହାର ରେକର୍ଡ ୧୦ ବର୍ଷ ବୟସ୍କା ସୋଫି ସ୍ମିଥଙ୍କ ନାମରେ ଅଛି ।

Leave A Reply

Your email address will not be published.