Latest Odisha News

ଗିଲଙ୍କ ବିସ୍ଫୋରକ ଶତକ, ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ

ଅହମଦାବାଦ : ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨ୟ କ୍ବାଲିଫାୟାରରେ ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ ।  ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ କରିଥିଲା । ଶୁଭମନ ଗିଲ୍ ମାତ୍ର ୬୦ ବଲରେ ୧୨୯ ରନ କରିଥିଲେ । ଚଳିତ ଆଇପିଏଲରେ ଏହା ତାଙ୍କର ତୃତୀୟ ଶତକ । ସାଇ ସୁଦର୍ଶନ ୪୩ ରନ କରି ତାଙ୍କ ସହ ଏକ ଭଲ ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାଓ୍ବାଲ ଓ ଆକାଶ ମାଧଓ୍ବାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

BjdElectrycity

ଆଜିର ମ୍ୟାଚରେ ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ଗତ ୨୩ ତାରିଖରେ ଖେଳାଯାଇଥିବା କ୍ବାଲିଫାୟାର-୧ରେ ଗୁଜରାଟ ଦଳ ଚେନ୍ନାଇଠାରୁ ୧୫ ରନରେ ହାରିଯାଇଥିଲା । ସେହିପରି ଗତ ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା ।

 

Leave A Reply

Your email address will not be published.