ପୁରୀ: ଖୁବଶୀଘ୍ର ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ହେବ ସହଜ । ଆଜି ଏନେଇ ଛତିଶାନିଯୋଗ ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି । ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନିଜ ନାମ ପଞ୍ଜୀକୃତ କରିବେ ।
ସେମାନଙ୍କୁ ପ୍ରଥମେ ହୁଇଲ୍ ଚେୟାରରେ ଉତ୍ତରଦୁଆର ନିକଟକୁ ନିଆଯିବା ପରେ ସେଠାରୁ ସ୍ୱତନ୍ତ୍ର କାଠ ଚୌକି ଯୋଗେ ବାହକ ମାନଙ୍କ ଦ୍ୱାରା ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବା ବ୍ୟବସ୍ଥା କରାଯିବ ।
ତେବେ ଗୋପାଳବଲ୍ଲଭ ଠାରୁ ସକାଳଧୀ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ପ୍ରତିହାରୀ ସେବାୟତ ମାନେ ସେମାନଙ୍କୁ ଦର୍ଶନ ସୁବିଧା କରାଇବେ । ସେପଟେ ଦିବ୍ୟାଙ୍ଗ ଭକ୍ତଙ୍କ ସହ ସେମାନଙ୍କ ପରିବାରର ଦୁଇଜଣ ସହଯୋଗୀ ଯାଇପାରିବେ ।
ଦୈନିକ 20 ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେମାନେ ମାସକୁ ଥରୁଟିଏ ମାତ୍ର ଦର୍ଶନ କରିପାରିବେ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଖୁବଶୀଘ୍ର ଦିବ୍ୟାଙ୍ଗ ଭକ୍ତ ମାନଙ୍କ ପାଇଁ ଏହି ନୂଆ ଏସଓପି କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
Comments are closed.