Latest Odisha News

BREAKING NEWS

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଦୁନିଆର ପ୍ରଥମ ବୈଦିକ ଘଡି, ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଲ: କେବେ ପଡିବ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ? କେବେ ହେବ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ? କେବେ ଆସିବ ଶୁଭ ସମୟ? ଏପରି ଅନେକ ସଠିକ ସୂଚନା ବୈଦିକ ଘଡିରୁ ମିଳିପାରିବ । ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୧ରେ ଆଭାସୀ ମାଧ୍ୟମରେ ଏହି ଘଡିର ଲୋକର୍ପଣ କରିବେ । ଏହା ପୁରା ଦୁନିଆର ପ୍ରଥମ ଡିଜିଟାଲ୍ ଘଡି ହେବ ଯାହା କେବଳ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ (IST) ଏବଂ ଗ୍ରୀନୱିଚ୍ ମିନ୍ ଟାଇମ୍ (ଜିଏମଟି) ଜଣାଇବ ନାହିଁ ବରଂ ପଞ୍ଚାଙ୍ଗ ଏବଂ ୩୦ମୁହୂର୍ତ୍ତର ମଧ୍ୟ ସୂଚନା ଦେବ ।

ଉଜ୍ଜୈନର ଜିୱାଜୀ ବିଶ୍ଵବିଦ୍ୟାଳୟ ନିକଟ ଜନ୍ତର ମନ୍ତର ଠାରେ ୮୫ ଫୁଟ ଉଚ୍ଚର ଏକ ଟାୱାର ନିର୍ମାଣ କରାଯାଇଛି । ଏଥିରେ ୧୦ × ୧୨ର ଏକ ବୈଦିକ ଘଣ୍ଟା ସ୍ଥାପନ କରାଯିବ । ବିକ୍ରମ ଶୋଧ ପୀଠର ନିର୍ଦ୍ଦେଶକ ଶ୍ରୀରାମ ତିୱାରୀ କହିଛନ୍ତି ଯେ, ଏହି ଘଣ୍ଟା ଦୁନିଆର ପ୍ରଥମ ଘଣ୍ଟା ହେବ, ଯେଉଁଥିରେ ଭାରତୀୟ ସମୟ ଗଣନା କରାଯିବ ।

ସୂଚନାଯୋଗ୍ୟ ଯେ, ଉଜ୍ଜୈନକୁ ସମୟ ଗଣନର କେନ୍ଦ୍ର ଭାବରେ ବିବେଚନା କରାଯାଏ । ସିଏମ୍ ଡକ୍ଟର ମୋହନ ଯାଦବ ଉଜ୍ଜୈନକୁ ସମୟ ଗଣନାର କେନ୍ଦ୍ର କରିବାକୁ ଚାହୁଁଛନ୍ତି । ସେଥୁପାଇଁ ସେ ଡିସେମ୍ବର ୨୨,୨୦୨୩ ରେ ବିଧାନସଭା ଅଧିବେଶନରେ କହିଥିଲେ ଯେ, କେନ୍ଦ୍ର ସରକାର ପ୍ରାଇମ ମେରିଡିଆନକୁ ଇଂଲଣ୍ଡର ଗ୍ରୀନୱିଚ୍ ରୁ ଉଜ୍ଜୈନକୁ ସ୍ଥାନାନ୍ତର କରିବାକୁ କାର୍ଯ୍ୟ କରିବେ। ଏଥିପାଇଁ ଗବେଷଣା କରାଯିବ। ବିଶେଷଜ୍ଞଙ୍କ ମତରେ ୩୦୦ ବର୍ଷ ପୂର୍ବେ ବିଶ୍ଵର ମାନକ ସମୟ କେବଳ ଉଜ୍ଜୈନରେ ହିଁ ନିର୍ଣ୍ଣୟ କରାଯାଉଥିଲା । ଦେଶର ପ୍ରଥମ ତଥରା ବର୍ତ୍ତମାନର ଜିୱାଜୀ ଅବଜରଭେଟୋରୀ ରାଜା ଜୟ ସିଂ ଦ୍ଵିତୀୟଙ୍କ ଦ୍ଵାରା ୧୭୨୯ ମସିହାରେ ଉଜ୍ଜୈନରେ ନିର୍ମିତ ହୋଇଥିଲା । ସମୟ ଦେଖିବା ପାଇଁ ଏଠାରେ ଏକ ‘ ସୂର୍ଯ୍ୟ ଘଣ୍ଟା’ ତିଆରି କରାଯାଇଥିଲା । ଏଥିରେ ଉଜ୍ଜୈନ ସମେତ ପୁରା ଦେଶର ସମୟ ଆକଳନ କରାଯାଉଥିଲା ।

ବୈଦିକ ଘଢି ଇଣ୍ଟରନେଟ୍ ଏବଂ ଗ୍ଲୋବାଲ୍ ପୋଜିସନିଙ୍ଗ ସିଷ୍ଟମ୍ (ଜିପିଏସ୍) ସହିତ ସଂଯୁକ୍ତ ହେବ | ଏଥିରେ IST, GMT ସହିତ ଭାରତୀୟ ସମୟ ଗଣନା ବିଷୟରେ ସୂଚନା ମିଳିପାରିବ । ଗ୍ରହ, ଯୋଗ, ଭଦ୍ରା, ଚନ୍ଦ୍ର ସ୍ଥିତି, ନକ୍ଷତ୍ର, ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତର ସମସ୍ତ ସୂଚନା ମଧ୍ୟ ମିଳିପାରିବ । ଶୁଭ ସମୟ, ବ୍ରାହ୍ମ ମୁହୂର୍ତ୍ତ, ଅମୃତ କାଳ ଏବଂ ପାଣିପାଗ ସମ୍ବନ୍ଧୀୟ ସମସ୍ତ ସୂଚନା ମଧ୍ୟ ଏଥିରେ ଉପଲବ୍ଧ ହେବ | ପ୍ରତି ଘଣ୍ଟାରେ ଘଡିର ବ୍ୟାକଗ୍ରାଉଣ୍ଡରେ ଏକ ନୂତନ ଚିତ୍ର ଦେଖାଯିବ | ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର, ନବଗ୍ରହ, ରାଶି ଚକ୍ର ସହିତ ଅନ୍ୟାନ୍ୟ ଧାର୍ମିକ ସ୍ଥାଳ ମଧ୍ୟ ଦେଖାଯିବ ।

Leave A Reply

Your email address will not be published.