ଭୁବନେଶ୍ବର:ଅନେକ ଲୋକଙ୍କ ପାଖରେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ଥାଏ । ଏକାଧିକ କାର୍ଡ ବ୍ୟବହାର କରି ବିଲ୍ ପୈଠ କରିବା କଷ୍ଟକର ହୋଇପଡେ । ଏହା ଫଳରେ ସେମାନେ ଋଣ ଜାଲରେ ଫସି ଯାଆନ୍ତି । ଯଦି ଆପଣ ଏକରୁ ଅଧିକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ଓ ଏବେ ସମସ୍ତ କ୍ରେଡିଟ୍ କାର୍ଡକୁ ଠିକ୍ ଭାବରେ ମ୍ୟାନେଜ କରିବାରେ ଅସୁବିଧା ହେଉଛି, ତେବେ ଆପଣ କାର୍ଡକୁ ଡିଆକ୍ଟିଭ କରିପାରିବେ । ଆସନ୍ତୁ ଜାଣିବା କିପରି ସହଜରେ କାର୍ଡକୁ ଡିଆକ୍ଟିଭ କରି ପାରିବେ ..
-ଯଦି ଆପଣ କାର୍ଡକୁ ଡିଆକ୍ଟିଭ କରିବାକୁ ଚାହୁଁଛନ୍ତି ତେବେ କଷ୍ଟମର କେୟାରକୁ କଲ୍ କରନ୍ତୁ । ଏହା ସବୁଠାରୁ ସହଜ ଉପାୟ । ଆପଣ ନିଜ ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ କଲ କରନ୍ତୁ । କ୍ରେଡିଟ୍ କାର୍ଡକୁ ନିଷ୍କ୍ରିୟ କରିବାକୁ କୁହନ୍ତୁ । ସେ ଆପଣଙ୍କ ଠାରୁ ଆବଶ୍ୟକ ତଥ୍ୟ ନେବେ ଏବଂ ତାପରେ ପ୍ରକ୍ରିୟା ଆରମ୍ଭ କରିବେ । ଏହି ଉପାୟରେ ଆପଣଙ୍କର କାର୍ଡ କିଛି ସମୟ ମଧ୍ୟରେ ନିଷ୍କ୍ରିୟ ହୋଇଯିବ ।
-ବ୍ୟାଙ୍କକୁ କ୍ରେଡିଟ୍ କାର୍ଡ ନିଷ୍କ୍ରିୟ କରିବାକୁ ଅନୁରୋଧ କରି ଆପଣ ଏକ ଆବେଦନ ଲେଖିପାରିବେ । ଏଥିରେ ନିଜର ନାମ, ଠିକଣା ଏବଂ କ୍ରେଡିଟ୍ କାର୍ଡ ନମ୍ବରର ଶେଷ ଚାରି ଅଙ୍କ ପରି ସବିଶେଷ ତଥ୍ୟ ରହିବା ଉଚିତ୍ । ଆପଣ ଏହାକୁ ସାଧାରଣ ପୋଷ୍ଟ କିମ୍ବା ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ । ବ୍ୟାଙ୍କର ଡାକ ଠିକଣା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ମିଳିପାରିବ ।
-କ୍ରେଡିଟ କାର୍ଡ ଡିଆକ୍ଟିଭ କରିବାକୁ କ୍ରେଡିଟ କାର୍ଡ ପ୍ରଦାନକାରୀଙ୍କୁ ଅନୁରୋଧ କରି ଆପଣ ଏକ ଇମେଲ ଲେଖିପାରିବେ । ଇମେଲରେ, ଆପଣ ନାମ ଏବଂ ଠିକଣା ପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଉଲ୍ଲେଖ କରିବାକୁ ପଡିବ । ଆପଣ କ୍ରେଡିଟ୍ କାର୍ଡ ପ୍ରଦାନକାରୀଙ୍କ ୱେବସାଇଟରେ ଇମେଲ୍ ଠିକଣା ପାଇପାରିବେ । ଆପଣଙ୍କର କାର୍ଡ ଡିଆକ୍ଟିଭ ହୋଇଯିବ ।
-ବ୍ୟାଙ୍କ ୱେବସାଇଟ୍ ସାଧାରଣତଃ କ୍ରେଡିଟ୍ କାର୍ଡ ଅନଇାଇନ୍ ରେ ନିଷ୍କ୍ରିୟ କରିବାର ବିକଳ୍ପ ପ୍ରଦାନ କରିଥାଏ । କ୍ରେଡିଟ୍ କାର୍ଡକୁ ନିଷ୍କ୍ରିୟ କରିବା ପାଇଁ ଆପଣଙ୍କୁ ସମସ୍ତ ଆବଶ୍ୟକୀୟ ବିବରଣୀ ସହିତ କ୍ରେଡିଟ୍ କାର୍ଡ ପ୍ରଦାନକାରୀଙ୍କ ୱେବସାଇଟରେ ଏକ ଫର୍ମ ପୂରଣ କରିବାକୁ ପଡିବ ।
ତେବେ କ୍ରେଡିଟ୍ କାର୍ଡ ନିଷ୍କ୍ରିୟ କରିବା ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।ପ୍ରଥମେ ଆପଣଙ୍କର କ୍ରେଡିଟ୍ କାର୍ଡରେ ସମସ୍ତ ବକେୟା ରାଶି ପରିଶୋଧ କରନ୍ତୁ । ଏଥିସହ କ୍ରେଡିଟ୍ କାର୍ଡ ନିଷ୍କ୍ରିୟ କରିବା ପୂର୍ବରୁ ସ୍ୱୟଂଚାଳିତ ବିଲ୍ ଦେୟ ବାତିଲ୍ କରିବା ଭୁଲନ୍ତୁ ନାହିଁ ।
Comments are closed.