ଆମେ ପ୍ରତିଦିନ ଯାହା ଖାଇଥାଉ ସେଥିରୁ ଆମେ କେତେ ଲାଭ ପାଇଥାଉ ଏବଂ ଖାଦ୍ୟ କେତେ ପରିମାଣରେ ହଜମ ହୁଏ ତାହା ସେହି ଖାଦ୍ୟ ଉପରେ ନିର୍ଭର କରେ। ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକଙ୍କର ହଜମ ଶକ୍ତି ଦୁର୍ବଳ ହେଉଛି। ଫଳରେ ଅସୁବିଧାର ସମ୍ମୁଖୀନ ହୁ୍ଅନ୍ତି। ଖରାପ ହଜମ ଯୋଗୁଁ ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି।
ହୋଲିଷ୍ଟିକ୍ ସ୍ୱାସ୍ଥ୍ୟ ଗୁରୁ ଡକ୍ଟର ମିକି ମେହେତା କହିଛନ୍ତି ଯେ ଖରାପ ହଜମ ହେବା ଦ୍ୱାରା ପେଟ ଯନ୍ତ୍ରଣା ହୁଏ, ଫୁଲିବା, କୋଷ୍ଠକାଠିନ୍ୟ, ଗ୍ୟାସ୍, ଝାଡ଼ା ଏବଂ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ। ଏପରି ପରିସ୍ଥିତିରେ, ଖାଦ୍ୟରେ କେବଳ ସେହି ଜିନିଷଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତୁ ଯାହା ହଜମ ଶକ୍ତିକୁ ଭଲ ରଖିବ। ବିଶେଷଜ୍ଞମାନଙ୍କ ଠାରୁ ଜାଣିବା ଶୀତ ଦିନେ କେଉଁ ଜିନିଷଗୁଡିକ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଉଚିତ୍।
ପ୍ରୋବାୟୋଟିକ୍ ଖାଦ୍ୟ ହଜମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆ (ଗୁଣ୍ଡ ଫ୍ଲୋରା) କୁ ବଢାଇଥାଏ। ଆମ ଶରୀରରେ ଥିବା ନିଜ କୋଷ ଅପେକ୍ଷା ଆମ ଅନ୍ତନଳୀରେ ଅଧିକ ଜୀବାଣୁ ବାସ କରନ୍ତି। ତେଣୁ ଦହି, ଲସି, ବଟରମିଲ୍କ, ଘରେ ତିଆରି ଆଚାର ଏବଂ ଉତ୍ତର ଭାରତର ସ୍ୱତନ୍ତ୍ର କାଞ୍ଚି ଭଳି ପ୍ରୋବାୟୋଟିକ୍ ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଆହୁରି ଦୃଢ ହୁଏ।
ଫାଇବର ସମୃଦ୍ଧ ଫଳ ଏବଂ ପନିପରିବା
ଫଳ ଏବଂ ପନିପରିବାରେ ଫାଇବର ମିଳିଥାଏ। ଏହା କେବଳ ଭଲ ବ୍ୟାକ୍ଟେରିଆ ବୃଦ୍ଧି ପାଇଁ କାମ କରେ ନାହିଁ ବରଂ ଶରୀରରେ ଜଳ ସହିତ ମିଶି ହଜମ ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବାରେ ମଧ୍ୟ ସାହାଯ୍ୟ କରେ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିଥାଏ। ଆପଣଙ୍କ ଖାଦ୍ୟରେ ଆପଲ୍, କମଳା, ବନ୍ଧାକୋବି, ମିଠା ଆଳୁ ଏବଂ ଭେଣ୍ଡି ଅନ୍ତର୍ଭୂକ୍ତ କରନ୍ତୁ।
ଶସ୍ୟ ଜାତୀୟ ଖାଦ୍ୟ
ରାଜଗିରା, କ୍ୱିନୋଆ ଏବଂ ଓଟସ୍ ପରି ସମ୍ପୂର୍ଣ୍ଣ ଶସ୍ୟ କେବଳ ଫାଇବର ନୁହେଁ କାର୍ବୋହାଇଡ୍ରେଟ୍ ମଧ୍ୟ ଯୋଗାଇଥାଏ। କୌଣସି ପ୍ରତିବନ୍ଧକ ବିନା ହଜମ ପ୍ରକ୍ରିୟା ମାଧ୍ୟମରେ ଖାଦ୍ୟ ଚଳାଇବାରେ ଏମାନେ ସାହାଯ୍ୟ କରନ୍ତି। ଏହା ସହିତ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଏଡାଯାଇପାରିବ।
ଅଦା
ଅଦା କେବଳ ଔଷଧୀୟ ମୂଳ ନୁହେଁ ବରଂ ହଜମ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଏହା ପ୍ରଦାହକୁ ହ୍ରାସ କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ସକ୍ରିୟ ରଖେ। ଅଦା ଖାଇବା ଦ୍ୱାରା ଖାଦ୍ୟ କ୍ଷୁଦ୍ର ଅନ୍ତନଳୀରେ ଶୀଘ୍ର ପହଞ୍ଚେ, ଯାହା କୋଷ୍ଠକାଠିନ୍ୟକୁ ରୋକିଥାଏ। ତଥାପି, ଏହାକୁ ଦିନକୁ ୪ଗ୍ରାମରୁ ଅଧିକ ନିଅନ୍ତୁ ନାହିଁ।
ତ୍ରିଫଳା
ତ୍ରିଫଳା, ଏହା ତିନୋଟି ଫଳରୁ ତିଆରି: ଅଁଳା, ହରିଡା ଏବଂ ବାହାଡା। ତ୍ରିଫଳା ହଜମ ପ୍ରକ୍ରିୟାକୁ ଭଲ କରିବାରେ ସାହାଯ୍ୟ କରେ। ଏହା ଅମ୍ଳତା ହ୍ରାସ କରିବା, ଭୋକ ବଢାଇବା, ଫୁଲା କମାଇବା ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଉପଯୋଗୀ। ଏହା ବ୍ୟତୀତ ଏହା ଭିଟାମିନ୍ ସି ର ଏକ ଭଲ ଉତ୍ସ ତ୍ରିଫଳା।