Latest Odisha News

BREAKING NEWS

ପୁଣି ତେଜିଲା ଦୀଘା ଜଗନ୍ନାଥ ଧାମ୍ ବିବାଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବୁଲିଲା ତ୍ରୀରଙ୍ଗା ରାଲି

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ୍ ଶବ୍ଦକୁ ମମତା ବାନାର୍ଜୀ ତଥା ପଶ୍ଚିମବଙ୍ଗ ସରକାର ନହଟାଇବାରୁ ଆଜି ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମଗ୍ର ଶ୍ରୀକ୍ଷେତ୍ରରେ ଦ୍ୱିତୀୟ ଜଗନ୍ନାଥ ଧାମ୍ କୁ ବିରୋଧ କରି ଜଗନ୍ନାଥ ସେନା ତରଫରୁ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ବୁଲିଲା ତ୍ରୀରଙ୍ଗା ରାଲି । ଏହାସହ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମମତାଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କ ବିରୁଦ୍ଧରେ ନାରାବାଜୀ ପ୍ରଦର୍ଶନ କରାଯାଇଥିଲା ।

କେବଳ ଏତିକି ନୁହେଁ ତତ୍କାଳୀନ ନବୀନ ସରକାର ପୁରୀ ସିପଶରୁବାଲି ଓ ଶଙ୍କରପୁର ମୌଜାରେ ୫ ଏକର ଜାଗା ମମତା ବାନାର୍ଜୀଙ୍କୁ ବଙ୍ଗ ଭବନ ନିର୍ମାଣ ପାଇଁ ଜମି ଦେଇଥିବା ବେଳେ ଆଜି ଜଗନ୍ନାଥ ସେନା ବାନା ପୋତି ସେହି ଜମି ଦଖଲ କରିଛି । ଏହି ଜାଗାରେ ରାଜ୍ୟ ସରକାର ଗରିବ ଭକ୍ତଙ୍କ ପାଇଁ ମାଗଣାରେ ଏକ ଭକ୍ତନିବାସ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

Comments are closed.