ପୁରୀ: ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ। ସମସ୍ତ ସେବାୟତ ନିଯୋଗ ସଭାପତି/ସମ୍ପାଦକଙ୍କୁ ନୋଟିସ୍। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଜାରି ହେଲା ନୋଟିସ୍। ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ନେଇ ଦ୍ବନ୍ଦାତ୍ମକ ତଥ୍ୟ ପାଇଁ ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। କାଲି ଅପରାହ୍ନ ୫ଟା ସୁଦ୍ଧା ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ।
ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ହୋଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ବାଡଗ୍ରାହୀ ମାନେ ବୈଠକରେ ସାମିଲ୍ ଅଛନ୍ତି। ଆଜି ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।
ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ ହୋଇ କାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜାଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହାର ଉତ୍ତର ମଧ୍ୟ ଗଜପତି ମହାରାଜା ରଖିଛନ୍ତି।
Comments are closed.