Latest Odisha News

ଘରେ ବସି ହ୍ୱାଟସ୍ଆପ୍‌ରେ ପାଇବେ ମାଟ୍ରିକ ସାର୍ଟିଫିକେଟ, ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ

ଭୁବନେଶ୍ୱର: ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ଫଳର ସାର୍ଟିଫିକେଟ୍‌ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟ୍‌ରେ ସୋମବାର ସନ୍ଧ୍ୟା ୭ଟାରୁ ଉପଲବ୍‌ଧ ହୋଇଛି। ୱେବ୍‌ସାଇଟ୍‌ରେ ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ ରହିବ ମାଟ୍ରିକ ସାର୍ଟିଫିକେଟ୍। ପାସ୍‌ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍‌ ସାର୍ଟିଫିକେଟ୍‌ ଘରେ ବସି ମଧ୍ୟ ପାଇପାରିବେ।

ସେହିପରି ପରୀକ୍ଷାର୍ଥୀମାନେ ନିଜ ହ୍ୱାଟସ୍‌ଆପ୍‌ରେ ମଧ୍ୟ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ସିଧାସଳଖ ପାଇବା ଲାଗି ସୁଯୋଗ ରହିଛି। ଏଥିଲାଗି ବୋର୍ଡ ପକ୍ଷରୁ ୭୭୧୦୦୫୮୧୯୨ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରାଯାଇଛି। ଉକ୍ତ ହ୍ୱାଟସ୍‌ଆପ୍‌କୁ ମେସେଜ୍‌ ପଠାଇ ଆବେଦନକାରୀମାନେ ସହଜରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ପରୀକ୍ଷାର୍ଥୀମାନେ ୭ ଦିନ ମଧ୍ୟରେ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ୱେବ୍‌ସାଇଟ୍‌ରୁ ଯେତେଥର ଡାଉନ୍‌ଲୋଡ୍‌ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ୭ ଦିନ ପରେ ପ୍ରଥମ ଥର ଡାଉନ୍‌ଲୋଡ୍‌ କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ। ମାତ୍ର ଏହାପରେ ଡାଉନ୍‌ଲୋଡ କଲେ ଥରକେ ୫୦୦ ଟଙ୍କା ଅନ୍‌ଲାଇନ୍‌ରେ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ହ୍ୱାଟସ୍‌ଆପ୍‌ରେ କିପରି ସାର୍ଟିଫିକେଟ୍‌ ପାଇପାରିବେ ସେ ସମ୍ପର୍କରେ ବୋର୍ଡ ପକ୍ଷରୁ ଅବଗତ କରାଯାଇଥିବା ସୋପାନ ସମ୍ପର୍କରେ ଉଲ୍ଲେଖ ରହିଛି।

 

Comments are closed.