ନୂଆଦିଲ୍ଲୀ: ଧିରେ ଧିରେ ହଜିବାକୁ ବସିଲାଣି ଏଟିଏମ ଚିହ୍ନ। ଡିଜିଟାଲ ଦୁନିଆରେ ଲୋକେ ଏଟିଏମକୁ ଯେମିତି ପାସୋରି ଦେଲେଣି। ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କାରବାର ଖୁବ୍ ଜୋରରେ ବୃଦ୍ଧି ପାଇବାରେ ଲାଗିଛି । ୟୁପିଆଇ କାରବାର ଏତେ ବଢିଯାଇଛି ଯେ ଏହା ଏବେ ଏଟିଏମ୍ କାରବାରକୁ ଧିରେ ଧିରେ ହଜେଇ ସାରିଲେଣି । ଏହାର ପ୍ରଭାବରେ ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦେଶରେ ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି । ଏନେଇ ସଂସଦରେ ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର।
କିପରି ଅନଲାଇନ୍ ପେମେଣ୍ଟର ଅତ୍ୟଧିକ ବୃଦ୍ଧି ଯୋଗୁଁ ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ସହର ଏବଂ ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି ସେନେଇ ତଥ୍ୟ ପ୍ରଦାନ କରିଛନ୍ତି । ରିଜର୍ଭ ବ୍ୟାଙ୍କର ତଥ୍ଯ ଅନୁଯାୟୀ, ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ ମୋଟ ଏଟିଏମ୍ ସଂଖ୍ୟା ୨ ଲକ୍ଷ ୫୫ ହଜାର ୭୮ ରହିଥିବାବେଳେ ଠିକ୍ ବର୍ଷକ ପୂର୍ବେ ଏହି ସଂଖ୍ୟା ୨ ଲକ୍ଷ ୫୭ ହଜାର ୯୪୦ ରହିଥିଲା । ଏଟିଏମ୍ ସଂଖ୍ୟାରେ ପୂର୍ବାପେକ୍ଷା ୧ % ହ୍ରାସ ଘଟିଛି । ସେହିପରି ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ୨.୨ ପ୍ରତିଶତ ଅର୍ଥାତ୍ ସେପ୍ଟେମ୍ବର ଶେଷ ସୁଦ୍ଧା ୫୪ ହଜାର ୧୮୬ କୁ ହ୍ରାସ ଘଟିଛି ।
ଗତ ୫ ବର୍ଷ ମଧ୍ୟରେ ୟୁପିଆଇ କାରବାର ୨୫ ଗୁଣା ବୃଦ୍ଧି ପାଇଛି । ୨୦୧୮-୧୯ ଆର୍ଥିକବର୍ଷରେ ଏହା ୫୩୫ କୋଟି ଟଙ୍କା ରହିଥିଲା , ୨୦୨୩ ରୁ ୨୪ ରେ ୧୩ ହଜାର ୧୧୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୪ ରୁ ୨୫ ଆର୍ଥିକବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୨୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୮୫୬୬ କୋଟିରୁ ଅଧିକ ୟୁପିଆଇ କାରବାର ରେକର୍ଡ ହୋଇଛି ।
Comments are closed.