Latest Odisha News

BREAKING NEWS

ଏଥର ଘରେ ବସି ନେଇ ପାରିବେ ମଲ୍ ର ସୁବିଧା !

ନୂଆଦିଲ୍ଲୀ: ସପିଂ କରିବାକୁ ଆଉ ଯିବାକୁ ପଡ଼ିବ ନାହିଁ ସପିଂ ମଲ୍ । ଘରେ ବସି କରି ପାରିବେ ସପିଂ । ଆପଣ ମାନେ ଭାବୁଥିବେ ଆମେ ଆପଣଙ୍କୁ ଅନଲାଇନ ସପିଂ କଥା କହୁଛୁ । ସମ୍ପୂର୍ଣ୍ଣ ସୂଚନା ପାଇଁ ଆଗକୁ ପଢନ୍ତୁ …

ଘରେ ବସି ମଲ୍ ର ସୁବିଧା ନେଇ ପାରିବେ ଗ୍ରାହକ । ୨୦୨୦ରେ ଦେଶକୁ ମିଳିବାକୁ ଯାଇଛି ପ୍ରଥମ ଡିଜିଟାଲ ମଲ୍ । ଆସନ୍ତା ଜାନୁଆରୀ ମାସରେ ପ୍ରଥମ ଡିଜିଟାଲ୍ ମଲ୍ ର ଲଞ୍ଚିଂ କରିବାକୁ ଲକ୍ଷ୍ୟ ରଖିଛି ‘ଡିଜିଟାଲ୍ ମଲ୍ ଅଫ୍ ଏସିଆ’ । ଦିଲ୍ଲୀ-ଏନସିଆରରେ ପ୍ରଥମେ ଏହି ସୁବିଧା ଉପଲବ୍ଧ ହେବା ନେଇ ସୂଚନା ମିଳିଛି ।

ମଲ୍ ରେ ଯେପରି ସାମଗ୍ରୀ କିଣାଯାଏ, ଏଠି ମଧ୍ୟ ସମାନ ଢଙ୍ଗରେ କିଣିପାରିବେ । ମଲ୍ ପରି ଏଠାରେ ମଧ୍ୟ ଆପଣ ଟ୍ରାଏଲ ନେଇ ପାରିବେ । କିନ୍ତୁ ଏସବୁ ହେବ ଡିଜିଟାଲ୍ ମାଧ୍ୟମରେ ।

ନକଲି ପ୍ରଡକ୍ଟ ଡେଲିଭରିରୁ ମୁକ୍ତି ପାଇବା ପାଇଁ ଏହି ଡିଜିଟାଲ୍ ମଲ୍ ର ବ୍ୟବସ୍ଥା କରାଯାଇଥିବା ‘ଡିଜିଟାଲ୍ ମଲ୍ ଅଫ୍ ଏସିଆ’ର ମୁଖ୍ୟ ସୂଚନା ଦେଇଛନ୍ତି ।

ଏହା ସାଧାରଣ ମଲ୍ ପରି ହିଁ କାମ କରିବ । ଏହି ଡିଜିଟାଲ୍ ମଲରେ କେବଳ ବ୍ରାଣ୍ଡେଣ୍ଡ ସାମଗ୍ରୀ ମିଳିବ, ଯାହା ଫଳରେକି ଗ୍ରାହକଙ୍କୁ ଆଉ ଠକାମୀର ଶିକାର ହେବାକୁ ପଡ଼ିବ ନାହିଁ ।

Leave A Reply

Your email address will not be published.