Latest Odisha News

ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଦିଲୀପ ବିଶୋଇ

ଭୁବନେଶ୍ୱର: ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ । ତାଙ୍କ ସହ ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜି ଏ ଦୁଇ ଜଣଙ୍କୁ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଏହାପରେ ଦୁଇ ଜଣ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତମାନ ରାଜ୍ୟ ମୁଖ୍ୟ ସୂଚନା କମିଶନର ଅଛନ୍ତି ସୁନୀଲ କୁମାର ମିଶ୍ର । ଆଜି ଦିଲ୍ଲୀପ ବିଶୋଇ ଏବଂ ବିକ୍ରମ ସେନାପତି ଦାୟିତ୍ୱ ନେବା ପରେ ରାଜ୍ୟ ସୂଚନା କମିଶନର ପଦ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି ।

Comments are closed.