Latest Odisha News

BREAKING NEWS

ପୁରୁଣା ବନ୍ଧୁ ବିଜୟଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ଦିଲ୍ଲୀପ ରାୟ

ରାଉରକେଲା: ପୂରୁଣା ବନ୍ଧୁ ତଥା ପାଟକୁରା ବିଧାନସଭା ଆସନରୁ ବିଜେପି ଟିକଟରେ ଲଢୁଥିବା ବରିÂ ନେତା ବିଜୟ ମହାପାତ୍ରଙ୍କ ଲାଗି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ନିର୍ବାଚନ ପ୍ରଚାର କରିବେ ବୋଲି ଇଙ୍ଗିତ ପ୍ରଦାନ କରିଛନ୍ତି ।

ଦିଲ୍ଲୀପ ଓ ବିଜୟ ଉଭୟେ ଭାରତୀୟ ଜନତା ପାର୍ଟିରୁ ନଭେମ୍ବର ୩୦ ତାରିଖରେ ଇସ୍ତଫା ପ୍ରଦାନ କରିଥିଲେ । ଦୀର୍ଘ ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୨୮ ତାରିଖରେ ବିଜେପି ବିଜୟଙ୍କୁ ବୁଝାଇ ପୁଣି ଘରକୁ ଫେରାଇ ଆଣିବାକୁ ସମର୍ଥ ହୋଇ ପାରିଥିଲା । ଏପରିକି ଦଳୀୟ ଟିକଟରେ ମଧ୍ୟ ବିଜୟ ଆଗାମୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

“ଯେହେତୁ ସେ ମୋର ପୂରୁଣା ବନ୍ଧୁ, ବନ୍ଧୁଙ୍କୁ ଯେପରି ସାହାଯ୍ୟ ସହଯୋଗ କରିଥାନ୍ତି ମୁଁ ସେହିପରି ସାହାଯ୍ୟ କରିବି,” ବୋଲି ଗୁରୁବାର ଅପରାହ୍ନରେ ଇସ୍ପାତନଗରୀରେ ପହଞ୍ଚିଲା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦିଲ୍ଲୀପ ।

ଆଗାମୀ ରାଜନୈତିକ ପଦକ୍ଷେପ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଦିଲ୍ଲୀପ କହିଛନ୍ତି, ସେ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ । “ଏଥର ମୁଁ ନିର୍ବାଚନ ଲଢିବି ନାହିଁ । କିନ୍ତୁ, ମୁଁ ଦଳ ସହିତ ଏବଂ ଦଳର ନେତାଙ୍କ ଲାଗି କାର୍ଯ୍ୟ କରିବି ଯେଉଁ ଦଳ ରାଉରକେଲାର ବିକାଶ ନିମନ୍ତେ ନିଜର ପ୍ରତିଶୃତି ପାଳନ କରିପାରିବ ।”

ଉଦ୍ୟୋଗପତିରୁ ରାଜନେତା ପାଲଟିଥିବା ଦିଲ୍ଲୀପ ଏବେ ରାଉରକେଲାର ଦୁଇଟି ପ୍ରସଙ୍ଗକୁ ନେଇ ନିଜର ସ୍ୱର ଉତ୍ତୋଳନ ଜାରି ରଖିବେ ବୋଲି କହିଛନ୍ତି । ରାଉରକେଲାର ସ୍ୱାର୍ଥ ଲାଗି ଯେଉଁ ଦୁଇଟି ମୁ୍ଖ୍ୟ ପ୍ରସଙ୍ଗକୁ ଦିଲ୍ଲୀପ ଗୁରୁତ୍ୱ ଦେଇ ଆସୁଛନ୍ତି ସେଗୁଡ଼ିକା ହେଲା – ବ୍ରାହ୍ମଣୀ ନଦୀ ଉପରେ ୨ୟ ସେତୁ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର୍ ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବା ।

Leave A Reply

Your email address will not be published.