Latest Odisha News

BREAKING NEWS

ଲଣ୍ଡନରେ ଶାହରୁଖ୍‍ ଖାନ୍‍ଙ୍କୁ ମିଳିଲା ଡକ୍ଟରେଟ୍‍

ଲଣ୍ଡନ୍‍: କିଂଗ୍‍ ଖାନ୍‍ ଶାହରୁଖ୍‍ଙ୍କ ପ୍ରଶଂସକମାନଂକ ଲାଗି ଖୁସି ଖବର । ‘ମାନବ ସୌହାର୍ଦ୍ୟ’ ବିଷୟ ଉପରେ ଗବେଷଣା କରି ସେ ଲଂଡନ୍‍ସ୍ଥିତ ୟୁନିଭର୍ସିଟି ଅଫ୍‍ ଲ’ରୁ ହାସଲ କରିଛନ୍ତି ଡକ୍ଟରେଟ୍‍ ଡିଗ୍ରୀ । ଜଣେ ଭାରତୀୟ ଭାବେ ବିଦେଶୀ ମାଟିରେ ଏହି ଉପାଧି ଲାଭ କରି ସେ ଭାରତୀୟମାନଙ୍କୁ ଗର୍ବିତ କରିଛନ୍‍ନ୍ତି । ସମ୍ମାନ ଉତ୍ସବରେ ଯୋଗଦେଇ ଶାହରୁଖ୍‍ କହିଛନ୍ତି, “ଜଣେ ନିଷ୍ଠା ଓ ନିରବତାର ସହ ପରୋପକାର କରିବା ଉଚିତ୍‍ । ନିଜର ପୁଣ୍ୟକାମ ସଂପର୍କରେ ଜଣେ ଯଦି ଡେଂଗୁରା ପିଟେ, ତେବେ ତାହାର ମୌଳିକ ଉଦ୍ଦେଶ୍ୟ ବ୍ୟାହତ ହୁଏ ।”

ଏଠାରେ ସୂଚନାଯୋଗ୍ୟ ଯେ ଡକ୍ଟର ଖାନ୍‍ ଏହା ପୂର୍ବରୁ ୟୁନିଭର୍ସିଟି ଅଫ୍‍ ବେଡଫୋର୍ଡସାୟର ଏବଂ ୟୁନିଭର୍ସିଟି ଅଫ୍‍ ଏଡିନବର୍ଗରୁ ସମ୍ମାନସୂଚନ ଡକ୍ଟରେଟ୍‍ ଉପାଧି ପାଇସାରିଛନ୍ତି ।

Leave A Reply

Your email address will not be published.