Latest Odisha News

BREAKING NEWS

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଭେଟେରାନ୍‌ ଆକ୍ଟର ଦିଲୀପ କୁମାର

ମୁମ୍ବାଇ: ସ୍ବାସ୍ଥ୍ୟରେ ଅବନତି ହେତୁ ବଲିଉଡ୍‌ର ୯୮ ବର୍ଷୀୟ କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ହଠାତ୍‌ ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାକୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବରିଷ୍ଠ ‌ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରୁଛନ୍ତି। ନିୟମିତ ଯାଞ୍ଚ ପାଇଁ ସେ ଏହାପୂର୍ବରୁ ମେ ମାସରେ  ଡାକତରଖାନାରେ ଭର୍ତ୍ତି ହୋଇଥିଲେ। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା।

Comments are closed.