Latest Odisha News

BREAKING NEWS

କରୋନା ଟିକା ପରୀକ୍ଷଣ; ଏମ୍ସରେ ଆଉ ୭ ଜଣ ପିଲା ନେଲେ କରୋନା ଟିକା

ପାଟନା: କରୋନାର ଦ୍ବିତୀୟ ଲହର ନସରୁଣୁ ଡରାଇଲାଣି ତୃତୀୟ ଲହର। ଆଉ ଏହି ତୃତୀୟ ତରଙ୍ଗ ବେଶି ପରିମାଣରେ ଛୋଟ ପିଲାମାନଙ୍କ ଲାଗି ଘାତକ ସାଜିବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷା ଚାଲିଛି।

ଭାରତରେ ମଧ୍ୟ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ଉପରେ କରୋନା ଟିକା ପରୀକ୍ଷା କରାଯାଇଛି। ଜୁନ୍‌ ୩ରେ ପାଟନା ଏମ୍ସରେଠାରେ ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଉପରେ ଟିକା ପରୀକ୍ଷା ଆରମ୍ଭ ହୋଇଥିଲା।

ଶନିବାର ଦିନ ପାଟନାର ଏମ୍ସରେରେ ଅତି କମରେ ୭ ଜଣ ପିଲାଙ୍କୁ କୋଭାକ୍ସିନ୍‌ ପ୍ରଥମ ଡୋଜ ଦିଆଯାଇଥିଲା।ପ୍ରଥମ ଦିନରେ ୩ ଜଣ ପିଲାଙ୍କୁ କରୋନା ଟିକା ଦିଆଯାଇଥିଲା।

ଆଉ ୨୮ ଦିନ ପରେ ସେମାନେ ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିବେ। ୧୦୦ ଜଣ ପିଲାଙ୍କୁ କୋଭାକ୍ସିନ୍‌ର ପ୍ରଥମ ଡୋଜ ଦେବା ହେଉଛି ଆମର ପ୍ରାଥମିକ ଲକ୍ଷ୍ୟ ବୋଲି କହିଛନ୍ତି ହସ୍ପିଟାଲ୍‌ କର୍ତ୍ତୁପକ୍ଷ।

Leave A Reply

Your email address will not be published.