Latest Odisha News

BREAKING NEWS

ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ୨ରୁ ୩ ଦିନ ମଧ୍ୟରେ ହୋଇପାରନ୍ତି ଡିସ୍‌ଚାର୍ଜ

ମୁମ୍ବାଇ: ଗତକାଲି ବଲିଉଡ୍‌ ଭେଟେରାନ୍‌ ଆକ୍ଟର ଦିଲୀପ କୁମାର ଅସୁସ୍ଥ ହୋଇପଡ଼ିଥିଲେ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତେବେ ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏ ନେଇ ଗତକାଲି ଅଭିନେତାଙ୍କ ଟ୍ୱିଟରରୁ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର୍‌ କରାଯାଇଥିଲା।

ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ସ୍ୱାସ୍ଥ୍ୟା ଉପରେ ନଜର ରଖାଯାଉଛି। ଆଗାମୀ ୨ରୁ ୩ ଦିନ ମଧ୍ୟ ତାଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ହସ୍ପିଟାଲ୍‌ ପକ୍ଷରୁ ସୂଚନା ମିଳିଛି।

Comments are closed.