Latest Odisha News

BREAKING NEWS

ଆନ୍ଦୋଳନରେ ସାମିଲ୍‌ ଚାଷୀଙ୍କ ପାଇଁ ୧ କୋଟି ଦାନ କଲେ ଦିଲଜିତ

ନୂଆଦିଲ୍ଲୀ: ଦିଲ୍ଲୀର ଆନ୍ଦୋଳନକାରୀ ଚାଷୀଙ୍କୁ ଶୀତରୁ ରକ୍ଷା କରିବା ପାଇଁ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏକ କୋଟି ଟଙ୍କା ଦାନ କରିଛନ୍ତି। ଏହି ଟଙ୍କାରେ ଚାଷୀଙ୍କୁ ଗରମ ପୋଷାକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଶୀତରେ ପଞ୍ଜାବର କୃଷକ ଏବଂ ବୟସ୍କ ବ୍ୟକ୍ତିମାନେ ସିନ୍ଧୁ ସୀମାରେ କୃଷି ଆଇନ ବିରୋଧରେ ଧାରଣା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶୀତଋତୁକୁ ଦୃଷ୍ଟିରେ ରଖି ଦିଲଜିତ ଏଭଳି ପଦକ୍ଷେପ ନେଇଛନ୍ତି। ପଞ୍ଜାବୀ ଗାୟକ ସିଙ୍ଗା ଏହା ବିଷୟରେ ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ଏଥିସହ ଦିଲଜିତଙ୍କୁ ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି।

ସିନ୍ଧୁ ସୀମାରେ ଥିବା କୃଷକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି “ଆପଣ ସମସ୍ତଙ୍କୁ ସଲାମ୍‌, ଆପଣ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “କେନ୍ଦ୍ରକୁ ଆମର କେବଳ ଗୋଟିଏ ଅନୁରୋଧ ଅଛି… ଦୟାକରି ଆମର ଚାଷୀଙ୍କ ଦାବି ପୂରଣ କରନ୍ତୁ। ସମସ୍ତେ ଏଠାରେ ଶାନ୍ତିରେ ବସିଛନ୍ତି ଏବଂ ସମଗ୍ର ଦେଶ କୃଷକମାନଙ୍କ ସମର୍ଥନରେ ଛିଡା ହୋଇଛନ୍ତି। ଏହି ଆନ୍ଦୋଳନ କୃଷକମାନଙ୍କୁ ନେଇ ଚାଲିଛି ଏବଂ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି, ଏଠାରେ ରକ୍ତପାତ ବିଷୟରେ କେହି କହୁନାହାଁନ୍ତି।

Leave A Reply

Your email address will not be published.