ନୂଆଦିଲ୍ଲୀ: ଦେଶରେ ୯୬ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ଏବେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୧ହଜାର ୬୩ଟି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩୬ହଜାର ୧୧ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୪୪ହଜାର ୨୨୨କୁ ବୃଦ୍ଧି ପାଇଛି ।
୧ଲକ୍ଷ ୪୦ହଜାର ମୃତ
ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ଡେଥ୍ କେସ୍ କମିଛି । ଦେଶରେ ମୃତ୍ୟୁସଂଖ୍ୟା ଲକ୍ଷେ ୪୦ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଆଉ ୪୮୨ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ରହିଛି ୧ଲକ୍ଷ ୪୦ହଜାର ୧୮୨ । ମୃତ୍ୟୁହାର ରହିଛି ୧.୪୫%।
ସୁସ୍ଥ ହେଲେଣି ୯୧ ଲକ୍ଷ ଆକ୍ରାନ୍ତ
ସୁସ୍ଥହାର ଉତ୍ସାହଜନକ ରହିଛି । ଏହି ସଂଖ୍ୟା ୯୧ଲକ୍ଷ ଟପିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୪୧ହଜାର ୯୭୦ କରୋନା ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୯୧ଲକ୍ଷ ୭୯୨ରେ ପହଞ୍ଚିଛି । ଆରୋଗ୍ୟ ହାର ରହିଛି ୯୪.୩୭% । ଆକ୍ଟିଭ୍ କେସ୍ ସଂଖ୍ୟା ୪ଲକ୍ଷ ୩ହଜାର ୨୪୮ ।
BREAKING NEWS
- ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ତିନି ଗୁରୁତର
- ପ୍ରଚାର ମଇଦାନରେ କଙ୍ଗନା, କହିଲେ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସେବା କରିବି
- ଏପ୍ରିଲ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ, ବାହାରିବ ପ୍ରଥମ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ
- ଓଡ଼ିଶାରେ ବେକାରି ସଂଖ୍ୟା ଅଧିକ: ଆଇଏଲଓ ରିପୋର୍ଟ
- ମୁଖତାର ଅନସାରୀ ମୃତ୍ୟୁକୁ ନେଇ ଚୁପ୍ ରହିଲେ ସାଂସଦ ରବି କିଶାନ, ଜାଣନ୍ତୁ କ’ଣ କହିଲେ ଅଭିନେତା…
- ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’
- ସି-ଭିଜିଲ୍ ଆପ୍ରେ ହେଲା ୭୯ ହଜାରରୁ ଅଧିକ ଅଭିଯୋଗ, ୯୯ ପ୍ରତିଶତ ହେଲା ସମାଧାନ: ନିର୍ବାଚନ ଆୟୋଗ
- ‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’
- ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର, ୭୦ ହଜାର ଛୁଇଁଲା
- ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ