Latest Odisha News

‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…

ମୁମ୍ବାଇ: ଜାନୁଆରୀ ୨୩ରେ ରିଲିଜ୍ ହୋଇଥିବା ଫିଲ୍ମ “ବର୍ଡର” ୨କୁ ନେଇ ଇମୋସନାଲ ନୋଟ ସେୟାର କରିଛନ୍ତି ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝ।

ଇନଷ୍ଟାଗ୍ରାମରେ ଏକ ୫୮ ସେକେଣ୍ଡର ଭିଡିଓ ଅପଲୋଡ୍ କରି ଦିଲଜିତ୍ କହିଛନ୍ତି ଯେ “ବର୍ଡର” ମୁକ୍ତିଲାଭ କରିବା ସମୟରେ ସେ ଟଙ୍କା ଅଭାବରୁ ଏହାକୁ ସିନେମା ହଲରେ ଦେଖିପାରି ନଥିଲେ। ତାଙ୍କ ଗାଁର ଅନେକ ବନ୍ଧୁ ଫିଲ୍ମ ଦେଖିବାକୁ ସହର ଯାଇଥିଲେ। ସେ ଏହାକୁ ବହୁତ ଦିନ ପରେ ଭିସିଆରରେ ଦେଖିଥିଲେ। “ବର୍ଡର” ଦେଖିବା ପରେ ହିଁ ସେ ସୈନିକମାନଙ୍କ ଜୀବନ ବିଷୟରେ ଜାଣିପାରିଲେ। ତାଙ୍କ କାକା ମଧ୍ୟ ଜଣେ ସୈନିକ ଥିଲେ ଏବଂ ପିଲାଦିନରୁ ସେ ସୈନିକ ମାନଙ୍କ ପ୍ରତି ଅପାର ସମ୍ମାନ ରଖିଛନ୍ତି।

“ବର୍ଡର” ୨ ର ସୁଟିଂ ସମୟରେ ରୋଡୱେଜ୍ ବସ୍ ରେ ଯାତ୍ରା କରୁଥିବା ସମୟରେ ସେ ତାଙ୍କ ବାପାଙ୍କୁ ମନେ ପକାଇଥିଲେ ଏବଂ ରୋଡୱେଜ୍ ର ସ୍ମୃତି ସେୟାର କରିଥିଲେ। ଏହା ଉଲ୍ଲେଖନୀୟ ଯେ ଦିଲଜିତ୍ ଦୋସାଞ୍ଝଙ୍କ ବାପା ରୋଡୱେଜ୍ ବିଭାଗରେ କାମ କରୁଥିଲେ। ୧୯୯୭ ମସିହାରେ ଯେତେବେଳେ ପ୍ରଥମ ଫିଲ୍ମ “ବର୍ଡର” ମୁକ୍ତିଲାଭ କରିଥିଲା, ସେତେବେଳେ ସେ ବହୁତ ଛୋଟ ଥିଲେ। ସେ ଫିଲ୍ମଟି ସିନେମା ହଲରେ ନୁହେଁ, ବରଂ ଭିସିଆରରେ ଦେଖିଥିଲେ। ସେ କହିଥିଲେ ଯେ ଫିଲ୍ମଟି ଦେଖିବା ପରେ ତାଙ୍କ ଭିତରେ ଯେଉଁ ଦେଶପ୍ରେମର ଭାବନା ଜାଗ୍ରତ ହୋଇଥିଲା ତାହା ଆଜି ମଧ୍ୟ ସେହିପରି ରହିଛି। ତାଙ୍କ ପାଇଁ ଏହି ଫିଲ୍ମର ଅଂଶ ହେବା ଏକ ସ୍ୱପ୍ନ ସତ ହେବା ପରି।

ଦିଲଜିତ୍ ଦୋସାଞ୍ଜ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ “ବର୍ଡର” ସିନେମାଟି ରିଲିଜ୍ ହୋଇଥିଲା, ତାଙ୍କ ଗାଁର ଅନେକ ପୁଅ ଏହାକୁ ଦେଖିବାକୁ ସହର ଯାଇଥିଲେ। ତାଙ୍କର ମଧ୍ୟ ସିନେମା ହଲରେ “ବର୍ଡର” ଦେଖିବାର ପ୍ରବଳ ଇଚ୍ଛା ଥିଲା କିନ୍ତୁ ତାଙ୍କୁ ଘରୁ ଟଙ୍କା ମିଳିନଥିଲା। ଯାହା ଫଳରେ ତାଙ୍କୁ ଫିଲ୍ମ ଦେଖିବାକୁ ମିଳିନଥିଲା।

 

Leave A Reply

Your email address will not be published.