Latest Odisha News

ଡିଙ୍ଗ ଲିରେନ ଜାଣିଶୁଣି ହାରିଛନ୍ତି ବୋଲି ଅଭିଯୋଗ ଆଣିଲେ ପୂର୍ବ ବିଶ୍ୱ ଚାମ୍ପିୟନ

ସିଙ୍ଗାପୁର: ଭାରତର ଡି ଗୁକେଶ ସର୍ବକନିଷ୍ଠ ଚେସ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଥିବା ବେଳେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭ୍ଲାଡିମିର କ୍ରାମନିକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ରୁଷିଆର ଏହି ଚେସ ଖେଳାଳି କହିଛନ୍ତି ଲିରେନ ଜାଣିଶୁଣି ମ୍ୟାଚ ହାରିଛନ୍ତି । ଏପରିକି ଚେସର ଅନ୍ତ ଘଟିଛି ବୋଲି ଏହି ମହାନ ଖେଳାଳିଜଣଙ୍କ କହିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଫିଡେ ଏହି ମ୍ୟାଚର ତଦନ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି । ଚୀନ ଖେଳାଳିଙ୍କ ମୁଭ ସମ୍ପୂର୍ଣ୍ଣ ଭାବେ ସନ୍ଦେହ ସୃଷ୍ଟି କରିଛି ।

ବିଶ୍ୱ ଚାମ୍ପିୟନର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଯେଉଁ ଭଳି ଶସ୍ତା ଧରଣର ଚେସ ଖେଳା ଯାଇଥିଲା ତାହା ଗ୍ରହଣୀୟ ହେଉନି । ୫ମ ଏବଂ ଷଷ୍ଠ ମୁଭ ନେଇ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ଦୁଇଜଣ ଯାକ ପେଶାଦାର ଖେଳାଳି ହୋଇଥିବାରୁ ଏ ଭଳି ଭୁଲ କରିବେ ବୋଲି ମୁଁ ଆଶା କରୁନି । ୪୯ ବର୍ଷୀୟ କ୍ରାମନିକ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ କ୍ଲାସିକାଲ ଚେସରେ ବିଶ୍ୱ ଚାମ୍ପିୟନ ହୋଇଥିଲେ । ୨୦୦୦ରେ ସେ ଗ୍ୟାରୀ କାସ୍ପାରୋଭଙ୍କୁ ହରାଇଥିଲେ । ଫିଡେ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.