Latest Odisha News

BREAKING NEWS

ମିଠି ନଦୀ ପୁନରୁଦ୍ଧାର ସ୍କାମ ମାମଲା: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ବାସଭବନରେ ଇଡି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘରେ ଇଡି ଚଢାଉ। ମିଠି ନଦୀ ପୁନରୁଦ୍ଧାର ମାମଲାରେ ଡିନୋ ମୋରିଆଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ମଧ୍ୟ ଏହି ମାମଲାରେ ଅଭିନେତା ଡିନୋ ମୋରିଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ଯେବେଠାରୁ ମିଠି ନଦୀ ପଙ୍କ ଅପସାରଣ ଦୁର୍ନୀତିର ତଦନ୍ତ ତୀବ୍ର ହୋଇଛି, ଡିନୋ ମୋରିଆଙ୍କ ସମସ୍ୟା ବଢିଚାଲିଛି।

ଡିନୋ ମୋରିଆ ଏବଂ ତାଙ୍କ ସମ୍ପର୍କିତ ୧୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ। ୬୫ କୋଟି ଟଙ୍କାର ସ୍କାମରେ ସାମିଲ ଥିବା ଅଭିଯୋଗରେ ହୋଇଛି ରେଡ। ମୁମ୍ବାଇ ଓ କେରଳର ୧୫ଟି ସ୍ଥାନରେ ହୋଇଛି ରେଡ। ଏହା ସହ ବିଏମସିର ସହକାରୀ ଇଞ୍ଜିନିୟର ପ୍ରଶାନ୍ତ ରାମୁଗାଡେ ଓ କିଛି କଣ୍ଟ୍ରାକ୍ଟରଙ୍କ ଘରେ ବି ଚଢାଉ ହୋଇଛି। ଅଭିନେତା ଡିନୋ ମୋରିଆଙ୍କ ସହ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେଙ୍କ ଘନିଷ୍ଠତା ରହିଛି।

ପୂର୍ବରୁ ଡିନୋଙ୍କୁ ଦୁଇ ଥର ଜେରା କରିଥିଲା ଇଓଡବ୍ଲୁ। ଡିନୋଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଇଓଡବ୍ଲୁ ୧୩ ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୦୭ରୁ ୨୦୨୧ ମଧ୍ଯରେ ମିଠି ନଦୀର ପୁନରୁଦ୍ଧାର କାମ ହୋଇଥିଲା। ମୁମ୍ବାଇ ଦେଇ ମିଠି ନଦୀ ଯାଇଥିବାବେଳେ ଏହି ନଦୀ ଆରବ ସାଗରରେ ପଡିଛି।

ମୁମ୍ବାଇର ମିଠି ନଦୀ ସଫା କରିବା ନାମରେ ୬୫ କୋଟି ଟଙ୍କାର ଏକ କଥିତ ଘୋଟାଲା ସାମ୍ନାକୁ ଆସିଛି, ଯାହା ସହର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ନିଷ୍କାସନ ପଥ। ଏହି ଦୁର୍ନୀତି ଗତ ୨୦ ବର୍ଷ ଧରି ଚାଲିଥିବା ମିଠି ନଦୀର ଗାତମୁକ୍ତ ପ୍ରକଳ୍ପ ସହିତ ଜଡିତ ଏବଂ ଯାହା ମୁମ୍ବାଇରେ ବନ୍ୟା ଏବଂ ଜଳବନ୍ଦୀକୁ ରୋକିବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ପ୍ରକଳ୍ପରେ ବ୍ୟାପକ ଆର୍ଥିକ ଅନିୟମିତତା ସହରର ମୌସୁମୀ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି। ମିଠି ନଦୀ ମୁମ୍ବାଇ ଦେଇ ପ୍ରବାହିତ ହୋଇ ଆରବ ସାଗରରେ ମିଶିଛି। ଅଭିଯୋଗ ହୋଇଛି ଯେ କିଛି ଯୋଗାଣକାରୀଙ୍କୁ ଲାଭ ଦେବା ପାଇଁ ପଙ୍କ ଅପସାରଣ ପାଇଁ ସ୍ୱତନ୍ତ୍ର ‘ଡ୍ରେଜିଂ’ ଉପକରଣ ନିଯୁକ୍ତି ପାଇଁ ଟେଣ୍ଡରଗୁଡ଼ିକୁ ହେରଫେର କରାଯାଇଥିଲା।

Comments are closed.