Latest Odisha News

BREAKING NEWS

ଧୋନୀ,ଯୁବରାଜଙ୍କୁ ସାଇନ କରି ବର୍ବାଦ ହୋଇ ଯାଇଥିଲେ ଏହି ହୀରୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂଙ୍କ ସହ ଏକତ୍ର ବ୍ୟବସାୟ କରି ସେ ସମୟରେ ଜଣେ ଯୁବ ମଡେଲର ତଥା ହୀରୋ ବର୍ବାଦ ହୋଇ ଯାଇଥିଲେ । ଆପଣମାନଙ୍କ ମନରେ ନିଶ୍ଚିତ ଭାବେ ଉତ୍କଣ୍ଠା ଜାତ ହେଉଥିବ ଏହି ହୀରୋ ଜଣଙ୍କ କିଏ ? ବଲିଉଡରେ ୧୯୯୯ରେ ଡିନୋ ମୋରିୟା ପ୍ୟାର ମେ କଭି କଭି ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ୪୯ ବର୍ଷୀୟ ଡିନୋ ରାଜ ଫିଲ୍ମ ମାଧ୍ୟମରେ ଘରେ ଘରେ ପରିଚିତ ହୋଇ ଯାଇଥିଲେ । ୨୦୦୨ରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏଥିରେ ତାଙ୍କ ସହ ବିପାଶା ବସୁ ଅଭିନୟ କରିଥିଲେ । ତାଙ୍କ ଲୁକ ଏବଂ ଚେହେରା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ମାତ୍ର ଅଭିନୟ ଦୁନିଆରେ ସେ ଏହା ପରେ ବିଶେଷ କମାଲ କରିପାରି ନ ଥିଲେ ।

ଦୀର୍ଘ ଦିନ ଧରି ଅଭିନୟ ଦୁନିଆରୁ ଦୂରେଇ ରହିବା ପରେ ସେ ଏବେ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏବେ ଅକ୍ଷୟ କୁମାରଙ୍କ ସହ ହାଉସଫୁଲ ୫ରେ ଅଭିନୟ କରୁଛନ୍ତି । ଡିନୋ ଏକ ସାକ୍ଷାତକାରରେ କହିଛନ୍ତି ଅଭିନୟରେ ଫେଲ ମାରିବା ପରେ ସେ ବ୍ୟବସାୟ ଆଡେ ମୁହାଁଇଥିଲେ । ୨୦୦୯ରେ କୁଲ ମାର୍କ ମର୍ଚ୍ଚାଡାଇଜିଂ ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ । ଏଥିପାଇଁ ସେ ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂଙ୍କୁ ସାଇନ କରିଥିଲେ । ମାତ୍ର ଏହା ତାଙ୍କୁ କ୍ଷତିରେ ପକାଇଥିଲା । ସେ ଏକ ପ୍ରକାର ଦେବାଳିଆ ହୋଇ ଯାଇଥିଲେ ବୋଲି କହିଛନ୍ତି । ଏହା ପରେ ଅନେକ କିଛି କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲି । ଶେଷରେ ପୂନର୍ବାର ଅଭିନୟ ଦୁନିଆକୁ ପ୍ରତ୍ୟାବର୍ତନ କରିଥିଲି ବୋଲି ଡିନୋ କହିଛନ୍ତି ।

Comments are closed.