Latest Odisha News

ଭାରତରେ ଲଞ୍ଚ ହେଲା ୭ଲକ୍ଷରେ ଟାଟାର ଏହି କାର୍; ଜାଣନ୍ତୁ କ’ଣ ରହିଛି ଫିଚର..

ଭୁବନେଶ୍ବର: ସ୍ୱଦେଶୀ କାର ନିର୍ମାତା ଟାଟା ମୋଟର୍ସ (Tata Motors ) ଏହାର ସ୍ପୋର୍ଟି ହ୍ୟାଚବ୍ୟାକ୍ ଟାଟା ଟିଆଗୋ ଏନଆରଜି (Tata Tiago NRG )କୁ ୨୦୨୫ ବର୍ଷ ପାଇଁ ଅପଡେଟ୍ କରିଛି । କମ୍ପାନୀ ଏହାର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ଓ କିଛି ନୂଆ ଫିଚର ମଧ୍ୟ ଯୋଡା ଯାଇଛି ।

ଏହି କାର୍ ର ମୂଲ୍ୟ ୭.୨୦ଲକ୍ଷ (ଏକ୍ସ-ଶୋ’ରୁମ୍) ରୁ ଆରମ୍ଭ ହୋଇଛି ଏବଂ ଟପ୍ ଭାରିଆଣ୍ଟର ମୂଲ୍ୟ ହେଉଛି ୮.୭୫ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ।

୨୦୨୫ ଟାଟା ଟିଆଗୋ NRG ରେ ଛୋଟ ଛୋଟ ଷ୍ଟାଇଲିସ୍ ଅପଡେଟ୍ କରାଯାଇଛି । ଏଥିରେ ନୂଆ ମ୍ୟାଟ୍ ବ୍ଲାକ୍ କ୍ଲାଡିଂ ଏବଂ ପଛରେ ମୋଟା ସିଲଭର ସ୍କିଡ୍ ପ୍ଲେଟ୍ ରହିଛି । ୧୫ ଇଞ୍ଚ ଷ୍ଟିଲ ହ୍ବିଲ୍ସ ଉପରେ ବିଭିନ୍ନ କଭର ପ୍ରଦାନ କରାଯାଇଛି । ଟିଆଗୋ NRG ଏକ ଅଧିକ ଶକ୍ତିଶାଳୀ ଦେଖାଯାଉଥିବା ମଡେଲ୍ , ଏହାର ପାର୍ଶ୍ୱରେ କଳା କ୍ଲାଡିଂ ଅଛି ଓ ଛାତଟି କଳା ରଙ୍ଗର ।

କ୍ୟାବିନରେ ଅନ୍ୟାନ୍ୟ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି, ଯେଉଁଥିରେ ଓ୍ବାୟରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ ସହିତ ଏକ ବୃହତ ୧୦.୨୫ଇଞ୍ଚର ଇନଫୋଟେନମେଣ୍ଟ ୟୁନିଟ୍ ଅନ୍ତର୍ଭୁକ୍ତ । ଏହି ବିଭାଗରେ ଏହା ହେଉଛି ସବୁଠାରୁ ବଡ ୟୁନିଟ । ଅନ୍ୟାନ୍ୟ ବିଶେଷ୍ବତରେ ରିଭର୍ସ କ୍ୟାମେରା, ଅଟୋ ହେଡଲ୍ୟାମ୍ପ ଏବଂ ୱିପର ଏବଂ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ରହିଛି । ଷ୍ଟାଣ୍ଡାର୍ଡ ଟିଆଗୋ ତୁଳନାରେ, ଟିଆଗୋ NRGରେ ସିଟ୍, ଡୋର୍ ପ୍ୟାଡ୍ ଏବଂ ଡ୍ୟାସବୋର୍ଡ ସହିତ ଏକ ଅଲ୍ ବ୍ଲାକ୍ କ୍ୟାବିନ ରହିଛି । ଇଲ୍ୟୁମିନେଟେଡ ଟାଟା ଲୋଗୋ ସହିତ ଏକ ନୂତନ ଟୁ-ସ୍ପୋକ ଷ୍ଟିଅରିଂ ହ୍ବିଲ ଅଛି ।

ଟାଟା ଟିଆଗୋ NRG ରେ ୧.୨ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଅଛି, ଯାହା 84.8bhp ପାଓ୍ବାର ପ୍ରଦାନ କରେ । ଏହା 5-ସ୍ପିଡ୍ ମାନୁଆଲ୍ ଏବଂ AMT ୟୁନିଟ୍ ସହିତ ଯୋଡି ହୋଇଛି । CNG ମଡେଲରେ 71 bhp ପାଓ୍ବାର ପ୍ରଦାନ କରାଯାଇଛି ଏବଂ 5-ସ୍ପିଡ୍ ମାନୁଆଲ୍ ଏବଂ AMT ୟୁନିଟ୍ ସହିତ ଯୋଡି ହୋଇଛି ।

Comments are closed.