Latest Odisha News

BREAKING NEWS

ପ୍ରକାଶ ପାଇଲା +୨ କଳା ଓ ବାଣିଜ୍ୟ ରେଜଲ୍ଟ,ପାସ୍ ହାର କମିଲା

ଭୁବନେଶ୍ୱର : ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଶୁକ୍ରବାର ଦିନ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି ।

ଚଳିତ ବର୍ଷ କଳାରେ ମୋଟ୍ ପାସ୍ ହାର ୬୫.୮୯% ରହିଥିବା ବେଳେ ଗତବର୍ଷ ୬୮.୭୯ ରହିଥିଲା । ସେହିପରି ବାଣିଜ୍ୟରେ ୭୦.୨୬% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଗତବର୍ଷ ପାସ୍ ହାର ୭୪.୯୧% ପରୀକ୍ଷାର୍ଥୀ ପାସ୍ କରିଥିଲେ । ଆହୁରି ମଧ୍ୟ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ଚଳିତ ଥର ୫୨.୬୨% ଥିବା ଜଣାପଡିଛି ।

ପରୀକ୍ଷାର୍ଥୀମାନେ www.chseodisha.nic.inwww.orissaresults.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ +୨ର ସମସ୍ତ ବିଭାଗ ତଥା ଷ୍ଟ୍ରିମର ବାର୍ଷିକ ପରୀକ୍ଷା ମାର୍ଚ୍ଚ ୭ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ କଳାରେ ପାଖାପାଖି ୨୩୫,୧୮୩ ଜଣ, ବାଣିଜ୍ୟରେ ୨୭,୨୭୮ ଏବଂ ୮.୦୫୮ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.