Latest Odisha News

BREAKING NEWS

ବାତ୍ୟା ‘ଫନି’ ଲାଗି ସ୍ଥଗିତ ହେଲା ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ ଡିପ୍ଲୋମା ପରୀକ୍ଷା ସ୍ଥଗିତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ବେଳେ ମେ’ ୨୦ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି ।

ଆହୁରି ମଧ୍ୟ ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବରୁ ଓଜେଇଇ ଓ ବିପିୟୁଟି ପରୀକ୍ଷାକୁ ସ୍ଥଗିତ ମଧ୍ୟ ରଖାଯାଇଛି ।

Leave A Reply

Your email address will not be published.