Latest Odisha News

BREAKING NEWS

ରାଜଧାନୀରେ ବୁଲିଲା ମୋବାଇଲ୍ ଏଟିଏମ୍

ଭୁବନେଶ୍ୱର: ବାତ୍ୟା ପରଠାରୁ ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଏଟିଏମ୍ ମେସିନ ଅଚଳ ହୋଇପଡ଼ିଥିବାରୁ ଜନସାଧାରଣ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ସେବା ବ୍ୟାହତ ହେବା ଯୋଗୁଁ ଏଟିଏମ ବିନା ଜନସାଧାରଣ ପଇସା ଉଠାଇବାକୁ ହନ୍ତସନ୍ତ ହେଉଛନ୍ତି । ଟଙ୍କାର ଏହି ଅଭାବୀ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଭ୍ରାମ୍ୟମାଣ ଏଟିଏମ୍ ଗାଡ଼ି ବିଭିନ୍ନ ଅଞ୍ଚଳ ବୁଲି ବୁଲି ଗ୍ରାହକ ମାନଙ୍କୁ ଟଙ୍କା ଉଠାଇ ଦେଇପାରୁଛି ।

ରାଜଧାନୀରେ ବିଦ୍ୟୁତ ସରବରାହ ଅଧିକାଂଶ ସ୍ଥାନମାନଙ୍କରେ ନଥିବା ଯୋଗୁଁ ଯେଉଁ କେତୋଟି ଏଟିଏମ ଖୋଲା ରହିଛି ସେଠାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି । ଅସହ୍ୟ ଗରମ ଗୁଳଗୁଳି ସାଙ୍ଗକୁ ଧାଡ଼ିରେ ଛିଡ଼ା ହୋଇ ଟଙ୍କା ଉଠାଇବାକୁ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି । ତେବେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସସିଏଲ) ପକ୍ଷରୁ ଏହି ସୁବିଧା ରାଜଧାନୀ ବାସିନ୍ଦାଙ୍କ ଲାଗି ଉପଲବ୍ଧ କରାଇ ପାରିଥିବାରୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।

ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଏବେ ବ୍ୟାଙ୍କ ସେବା ଆରମ୍ଭ ହୋଇଛି ମାତ୍ର କିଛି ବ୍ୟାଙ୍କର ଏଟିଏମ ସେବା ଯଥାଶିଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

Leave A Reply

Your email address will not be published.