ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା କନିଷିସ୍ଥିତ ‘କନିଷି ଢାବା’ରେ କାମ କରୁଥିବା ଜଣେ ଡିପ୍ଲୋମା ଛାତ୍ର ନିଖୋଜ ହେବାର ପ୍ରାୟ ମାସେ ପରେ ତାଙ୍କ ମୃତ ଦେହ ମିଳିଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାକେଶପଙ୍କା ଗ୍ରାମର ହେମନ୍ତ ମଲ୍ଲିକ। ହେମନ୍ତ କନିଷି ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସିଭିଲ୍ ଇଂଜିନିୟରିଂର ଚତୁର୍ଥ ସେମିଷ୍ଟାର ଛାତ୍ର। ଏହି ଘଟଣାରେ ହେମନ୍ତଙ୍କ ପରିବାର ବର୍ଗ ଢ଼ାବା ମାଲିକ ଏବଂ ଜଣେ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ପରିବାର ତରଫରୁ ଗୋଳନ୍ଥରା ଥାନାରେ ଏତଲା ଦିଆଯାଇଛି।
ହେମନ୍ତ ଗତ ଦୁଇ ବର୍ଷ ହେବ କନିସିସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ। ଗତ ଜୁଲାଇ ୨୯ତାରିଖରେ ଚତୁର୍ଥ ସେମିଷ୍ଟର ପରୀକ୍ଷା ଶେଷ ହେବା ପରେ କଲେଜ ବନ୍ଦ ହୋଇଥିଲା। ପରିବାରର ଆର୍ଥିକ ଅନଟନ ଯୋଗୁଁ ସେ ଘରକୁ ନଯାଇ ଗତ ଅଗଷ୍ଟ ଠାରୁ କନିସିସ୍ଥିତ ‘କନିଷି ଢ଼ାବା’ରେ କାମ କରୁଥିଲେ। ଢ଼ାବାରେ କାମ କରିବା ସହିତ ପାଠ ମଧ୍ୟ ପଢୁଥିଲେ। ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରୁ ଢାବାରୁ ନିଖୋଜ ରହିଥିଲେ। ୧୩ ତାରିଖରେ ସୁକାନ୍ତ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଢ଼ାବାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସହ ମୋବାଇଲକୁ ନେଇ ହେମନ୍ତଙ୍କ ଝଗଡ଼ା ଲାଗି ରହିଥିଲା। ତା’ ପରଠୁ ହେମନ୍ତ ନିଖୋଜ ଅଛନ୍ତି। ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା। ଅଭିଯୋଗ ପରେ ଢ଼ାବା କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିଥିଲା। ସୋମବାର ହଳଦିଆପଦର ରେଳଧାରଣ ନିକଟରେ ଏକ ଶବ ପଡ଼ିଥିବା ବ୍ରହ୍ମପୁର ଜିଆରପି ପାଖକୁ ସୂଚନା ଆସିଥିଲା। ଖବର ପାଇ ହେମନ୍ତଙ୍କ ପରିବାର ବର୍ଗ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ହେମନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଗୋଳନ୍ଥରା ଥାନାରେ ୩୬୮/୨୨ରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନ୍ୟ ପଟେ ଜଣେ ଗରିବ ମେଧାବୀ ଛାତ୍ର, ଯିଏ ପାଠ ପଢିବା ସହ ଢ଼ାବାରେ କାମ କରୁଥିଲେ,ସେ କେବେ ବି ଆତ୍ମହତ୍ୟା କରିନଥିବେ ବୋଲି ପରିବାର ପକ୍ଷରୁ କୁହାଯାଉଛି। ମୋବାଇଲ୍ ଫୋନ ପାଇଁ ଢାବା କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିବା ପରେ ରେଳଧାରଣାରେ ପକାଇ ଦିଆଯାଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା ଚାଲିଥିବା ହେମନ୍ତଙ୍କ ଭାଇ ସୁକାନ୍ତ ପ୍ରକାଶ କରିଛନ୍ତି।
BREAKING NEWS
- DPDP Act: ଏଣିକି ଆପଣଙ୍କ ଅନୁମତି ବିନା ବ୍ୟବହାର ହୋଇପାରିବନି ବ୍ୟକ୍ତିଗତ ତଥ୍ୟ! ସରକାର ଆଣିଲେ ନୂଆ ବ୍ୟବସ୍ଥା…
- ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗୁଛି ‘ରାମାୟଣ’; ୧୦ ଦିନରେ ୧୨୦୦ କୋଟି ପାର୍
- ଭୂସ୍ଖଳନ ବେଳେ ନିଖୋଜ ଥିଲେ ଶିକ୍ଷକ, ୧୪ ଦିନ ପରେ ଜୀବିତ ଉଦ୍ଧାର
- Vehicle over Loan: କିସ୍ତି ବାକି ଥିଲେ ବି ଗୁଣ୍ଡା ଲଗାଇ ଗାଡ଼ି ଉଠାଇପାରିବେନି ଫାଇନାନ୍ସ କମ୍ପାନୀ! ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ…
- Lalit Modi’s British citizenship: ଭାରତ ଛାଡ଼ି ବ୍ରିଟେନରେ ନୂଆ ପରିଚୟ, ଲଳିତ ମୋଦି ହେଲେ ବ୍ରିଟିଶ ନାଗରିକ; କହିଲେ, ‘ଏବେ ମୋ ଘର’
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୧୭ରେ ଭୀଷଣ ବାତ୍ୟା ସମ୍ଭାବନା
- ମିଳିଲା ଦେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଥିବା ବାଘର ଠିକଣା…
- ବାଂଲାଦେଶ-ପାକିସ୍ତାନ SAFF ସେମିଫାଇନାଲ ମ୍ୟାଚରେ ୧୯୭୧ ଯୁଦ୍ଧର ପୋଷ୍ଟର:ଷ୍ଟାଡିୟମରେ ନିଆଁ ଲଗାଇବାକୁ ପ୍ରୟାସ
- ଶକ୍ତିଶାଳୀ ହେଉଛି ସ୍ପଷ୍ଟଚିହ୍ନିତ ଲଘୁଚାପ, ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ…
- ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଲା ହମାସ୍ କମାଣ୍ଡର
Comments are closed.