Latest Odisha News

BREAKING NEWS

ପଡ଼ିଆ ବାହାରେ ହେବ ‘ଫୁଟବଲ ଖେଳ’, ମୁହାଁମୁହିଁ ହେବେ ବିଜେପି-ବିଜେଡି!

ଭୁବନେଶ୍ବର: ଖେଳ ପଡିଆରେ ଯେଉଁ ଖେଳାଳି ଯେତେ ଗୋଲ୍ ଦେବେ ସେହି ଅନୁସାରେ ରାଜନୀତିର ପାରା ବଢିବ। ଆଉ ଯେଉଁ ଖେଳାଳି ଯେଉଁ ସରକାର ଦ୍ବାରା ନିଜର ଦକ୍ଷତା ବଢାଇଥିବ ସେହି ଦଳ ସେତେ ଶ୍ରେୟ ନେବାକୁ ପ୍ରୟାସ କରିବ। କଥାଟା ଟିକିଏ ଅଡୁଆ ଲାଗୁଥିବ ଆରମ୍ଭରୁ, ହେଲେ ଏହା ନିକଟ ଅତୀତରେ ହେବାକୁ ଯାଉଛି। ଆପଣ ଭାବୁଥିବେ ଫୁଟବଲ ଖେଳ ପଡିଆରେ ବାହାରେ ଖେଳିବା ଅସମ୍ଭବ। କିନ୍ତୁ ଏହା କେମିତି ଖେଳ ପଡିଆ ବାହାରକୁ ଯାଇ ରାଜନୀତିରେ ପ୍ରଭାବ ପକାଇବ?

ଆଜି ଅଣ୍ଡର-୧୭ ମହିଳା ଫିଫା ବିଶ୍ବକପ ଆରମ୍ଭ ହେବ । ଏହା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ଫୁଟବଲ ଖେଳକୁ ପ୍ରୋତ୍ସାହନ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତେଣୁ ଫୁଟବଲ ଏବେ ଖେଳ ପଡିଆରେ ଆଉ ସୀମିତ ନରହି ରାଜନୀତିର ପିଚରେ ଦେଖିବାକୁ ମିଳିବ।

ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ମ୍ଯାଚର ଉଦଘାଟନ କରିବେ। ଏହି ଅବସରରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଏବଂ କ୍ରୀଡା ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନୀତିଶ ପରମାଣିକ। ଉଭୟ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି। ପ୍ରଥମ ମ୍ୟାଚରେ ଦୁଇ ଦଳ ମୁହାମୁହିଁ ହେବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସମାନ ପ୍ରସଙ୍ଗରେ ନିଜ ନିଜର ଯୋଜନା ଶୁଭାରମ୍ଭ କରିଛନ୍ତି। ଆଉ ଉଭୟ ସ୍କୁଲ ଗୁଡିକରେ ଫୁଟବଲ ଖେଳକୁ ପ୍ରୋତ୍ସିହତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍କୁଲ ସ୍ତରରେ ଫୁଟବଲକୁ ପ୍ରୋତ୍ସାହନ ଦିଆଯିବ। ଜାତୀୟ ଶିକ୍ଷା ନୀତି -୨୦୨୦ର ଉଦ୍ଦେଶ୍ୟକୁ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମକୁ ସହାୟକ ହେବା ସହ କ୍ରୀଡ଼ା ଆଧାରିତ ପାଠପଢ଼ାକୁ ପ୍ରୋତ୍ସାହନ ଦିଆଯିବ। ଏହି ପଦକ୍ଷେପ ଦେଶରେ କ୍ରୀଡ଼ା ସଂସ୍କୃତିକୁ ଗତି ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦକ୍ଷତାର ବିକାଶ କରାଇବ । ତେଣୁ ୭୦୦ରୁ ଅଧିକ ଜିଲ୍ଲାର ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡାଯିବ। ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଫା, ୟୁନିସ୍କୋ, ଏଆଇଏଫଏଫ ମଧ୍ୟରେ ଫୁଟବଲ ପ୍ରୋତ୍ସାହନକୁ ନେଇ ବୈଠକ ଅବସରରେ ଏପରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଦେଶର ୭୦୦ରୁ ଅଧିକ ଜିଲ୍ଲାର ୧୦ ହଜାର ସ୍କୁଲକୁ ୧୦୦ଟି ଲେଖାଁଏ ଫୁଟବଲ ବଣ୍ଟନ କରାଯିବ। ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ନବୋଦୟ ବିଦ୍ୟାଳୟ ସଂଗଠନ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ସେପଟେ ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ ପ୍ରସାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୁଟବଲ ଫର ଅଲ୍’ ତଥା ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୨ ହଜାର ସ୍କୁଲରେ  ପ୍ରାୟ ୪୩ ହଜାର ଫୁଟବଲ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବାସ୍ଥ୍ଯ ଯୋଜନା ଏବଂ ହିତାଧିକାରୀଙ୍କୁ ପିଡିଏସ ସାମଗ୍ରୀକୁ ନେଇ ରାଜନୀତି ଜାରି ରହିଥିବା ବେଳେ ଏବେ ଫୁଟବଲ ଆଉ ଏକ ପ୍ରସଙ୍ଗ ଯୋଡ଼ି ହେବାକୁ ଯାଉଛି। ନିକଟରେ ବିଜେପି ସଭାପତି ଜେ.ପି ନଡ୍ଡା ଓଡିଶା ଆସି ଫେରିଛନ୍ତି। ନଭେମ୍ବରରେ ମଧ୍ୟ ନଡ୍ଡା ଓଡ଼ିଶା ଆସିବାର ସୂଚନା ମଧ୍ୟ ରହିଛି। ବିଜେପି ଫୋକସରେ ଏବେ ଓଡ଼ିଶା ସମେତ ଉତ୍ତର ପୂର୍ବ ରାଜ୍ୟ ଥିବାରୁ ଆଗାମୀ ଦିନରେ ରାଜ୍ଯରେ ବିଜେଡି-ବିଜେପି ଟକରା ଟକରି ହେବେ ଜଣାପଡିଛି।

Leave A Reply

Your email address will not be published.